ଶଳାକୁ ଛୁରିରେ ଆକ୍ରମଣ କରି ଭିଣୋଇ ଗିରଫ

ଭୁବନେଶ୍ବର: ଶଳାକୁ ଛୁରିରେ ଆକ୍ରମଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଭିଣୋଇକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଛୁରି ଜବତ କରିଛି। ସେ ହେଲା ୟୁନିଟ୍‌-୬ ଆଖଣ୍ଡଳମଣୀ ବସ୍ତିର ସୁବାସ ବାରିକ(୩୮)। ରବିବାର ସକାଳେ ସୁବାସଙ୍କ ଶଳା ପ୍ରଶାନ୍ତ ବାରିକ ଭଉଣୀଙ୍କୁ ଖୁଦୁରୁକୁଣୀ ଭାର ଦେବା ପାଇଁ ଆସିଥିଲେ। ଏହି ସମୟରେ ଭାରକୁ ନେଇ ସୁବାସ ଉତ୍‌କ୍ଷିପ୍ତ ହୋଇଥିଲେ। ପ୍ରଶାନ୍ତଙ୍କୁ ଗାଳିଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରୁ ସୁବାସ ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ଡାହାଣ ହାତ ପାପୁଲିରେ ଆଘାତ ଲାଗିଥିଲା। ଏନେଇ ପ୍ରଶାନ୍ତ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର