ମଦ ନିଶାରେ କଟୁରିରେ ଆକ୍ରମଣ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର: କଟୁରିରେ ଆକ୍ରମଣ କରିବା ଅଭିଯୋଗରେ ଏୟାରଫିଲଡ୍‌ ଥାନା ପୁଲିସ ଓରକଳ ଗ୍ରାମର ଲକ୍ଷ୍ମୀକାନ୍ତ ବାସ୍କେ(୨୫)କୁ ଗିରଫ କରିଛି। ଲକ୍ଷ୍ମୀକାନ୍ତ ନିଶାସକ୍ତ ଅବସ୍ଥାରେ ଉକ୍ତ ଗ୍ରାମରେ ଦୁର୍ଯ୍ୟୋଧନ ରଣସିଂହଙ୍କ ଘର ଆଗରେ ଗାଳିମନ୍ଦ କରୁଥିଲା। ଏ ନେଇ ଦୁର୍ଯ୍ୟୋଧନ ପ୍ରତିବାଦ କରିବାରୁ ବାସ୍କେ ତାଙ୍କୁ ହଠାତ୍‌ ଏକ କଟୁରିରେ ଆକ୍ରମଣ କରିଥିଲା। ଏଥିରେ ସେ ଆହତ ହୋଇଥିଲେ। ତେବେ ଆକ୍ରମଣ କରିବାକୁ ଯାଇ ଘଟଣାସ୍ଥଳରେ ବାସ୍କେର ମଧ୍ୟ କାନ କଟି ଯାଇଥିଲା। ଘଟଣା ସମ୍ପର୍କରେ ଦୁର୍ଯ୍ୟୋଧନ ଥାନାରେ ଅଭିଯୋଗ କରି ପରେ ପୁଲିସ ଆଜି ବାସ୍କେକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର