ଖଣ୍ଡଗିରି: ମାଗଣାରେ ଦୋକାନ ପୂଜା କରିବା ପାଇଁ ଦୋକାନୀଙ୍କ ଧମକ କାମ ଦେଲାନାହିଁ। ତେଣୁ ଶେଷରେ ସେ ପୂଜକଙ୍କୁ ଆକ୍ରମଣ କଲେ। ଦିନ ଦିପହରେ ବିଚ୍ ରାସ୍ତା ଉପରେ ସମସ୍ତଙ୍କ ସମ୍ମୁଖରେ ଉଲଗ୍ନ କରି ତାଙ୍କୁ ଲୁହା ରଡ୍ରେ ପିଟିଲେ। ଗୁରୁବାର ଅପରାହ୍ଣରେ ପାତ୍ରପଡ଼ା ଏମ୍ସ ନଗରରେ ଘଟିଛି ଏହି ଅଭାବନୀୟ ଘଟଣା। ସନ୍ଧ୍ୟାରେ ପୂଜକ ରାଜେନ୍ଦ୍ର କୁମାର ତ୍ରିପାଠୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରି ଛାନ୍ଭିନ୍ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2019/11/s456ghsf4ghs56ghsdfdfdfdfdfdfdfdfdfdfdfdf-1.jpg)
ସୂଚନାନୁସାରେ କେନ୍ଦୁଝର ବିଦ୍ୟାଧରପୁରର ପୂଜକ ରାଜେନ୍ଦ୍ର ପାତ୍ରପଡ଼ା ଏମ୍ସନଗରରେ ରହି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିର ଓ ଦୋକାନରେ ପୂଜା କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। କଲ୍ୟାଣୀନଗରର ଜଣେ ଦୋକାନୀ ତାଙ୍କୁ ପୂଜା ପାଉଣା ନିୟମିତ ନ ଦେବାରୁ ସେ ଗତ କିଛି ଦିନ ହେଲା ତାଙ୍କ ଦୋକାନରେ ଫୁଲପାଣି ଦେଇନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ମାଗଣାରେ ଦୋକାନ ପୂଜା ନକଲେ ଭଲ ହେବ ନାହିଁ ବୋଲି ଉକ୍ତ ଦୋକାନୀ ପୂଜକ ଶ୍ରୀ ତ୍ରିପାଠୀଙ୍କୁ ଧମକ ଦେଇଥିଲା। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାବେଳେ ପୂଜକ ଘରକୁ ଫେରୁଥିବାବେଳେ ବାଟରେ ଅଟକାଇ ଉକ୍ତ ଦୋକାନୀ ତାଙ୍କୁ ଲୁହା ରଡ୍ରେ ପିଟିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Shopkeepr-Attacks-on-Priest_Pandit_Thumbnail-1.jpg)