ଘର ଛାଡ଼ିଲେନି ବୋଲି ୩ ଭଡ଼ାଟିଆଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ୱର: ଘର ଛାଡ଼ିଲେନି ବୋଲି ମାଲିକଙ୍କ ପୁଅ ଗୁଣ୍ଡା ଲଗେଇ ପିଟିଲେ। ଏଥିରେ ୩ ଜଣଙ୍କ ମୁଣ୍ଡ ଫାଟିଛି ବୋଲି ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ଘଟଣା ରସୁଲଗଡ଼ ପାଲାମଣ୍ଡପ ପରିଡ଼ା କଲୋନିରେ ଘଟିଛି। ଆହତ ଭଡ଼ାଟିଆ ହେଉଛନ୍ତି, କେନ୍ଦ୍ର‌ାପଡ଼ାର ରତିକାନ୍ତ ସାହୁ, ସୁଶାନ୍ତ ସାହୁ ଓ ପ୍ରତାପ ପଲେଇ। ସମସ୍ତେ ଏଠାରେ ୫ଟି ରୁମ୍‌ରେ ଅନ୍ୟ ୧୫ଜଣଙ୍କ ସହ ଭଡ଼ାଘରେ ରହି ବିଭିନ୍ନ କମ୍ପିଟିଟିଭ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଘର ମାଲିକ ପ୍ରେମାନନ୍ଦ ପରିଡ଼ାଙ୍କ ପୁଅ ରାଜା ପରିଡ଼ା ମାଡ଼ ମାରିଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ୧୫ ଦିନ ଭିତରେ ଘର ଛାଡ଼ିବା ପାଇଁ ‌ଲିଖିତ ଭାବେ ଥାନାରେ ଜଣାଇଥିଲେ ମଧ୍ୟ ଘର ମାଲିକ ପୁଅ ଗୁଣ୍ଡା ଆଣି ମାଡ଼ ମାରିଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।

ତେବେ ଘର ମାଲିକଙ୍କ ପୁଅ ରାଜା ମାଡ଼ କଥାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଛାତ୍ରମାନଙ୍କର କାହା ସହ ପୂର୍ବରୁ ଶତ୍ରୁତା ଥିବ, ସେଥିପାଇଁ କିଏ ମାରିଥାଇ ପାରିଥାନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗୁଣ୍ଡା ଲଗାଇ ମାଡ଼ ମରା ଯାଇଥିଲେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର