ରେଳ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ରେଳ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ଉଷୁମା ଗ୍ରାମର ବସନ୍ତ କୁମାର ବେଉରା ଓରଫ ବାପି(୨୭)। ସେ କୁଞ୍ଜପାଟଣା ସାହିରେ ରୁହେ। ପୁଲିସ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ସଂଧ୍ୟା ବେଳେ ଅଶୋକ କୁମାର ସ୍ୱାଇଁ ନାମକ ଜଣେ ରେଳ କର୍ମଚାରୀଙ୍କୁ ବାପି ପ୍ରାଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏକ ଭୁଜାଲିରେ ସେ ଅଶୋକଙ୍କ କାନ୍ଧ ଓ ହାତକୁ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର