ରଡ୍‌ରେ ଦୋକାନୀଙ୍କୁ ଆକ୍ରମଣ, ଅଟୋ ଚାଳକ ଗିରଫ

ଭୁବନେଶ୍ବର: ଲୁହା ରଡ୍‌ରେ ଦୋକାନୀଙ୍କୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଅଟୋ ଚାଳକକୁ ଗିରଫ କରିଛି। ସେ ହେଲା, ଢେଙ୍କାନାଳ ପର୍ଜଙ୍ଗ ଅଞ୍ଚଳର ରଂଜନ ବେହେରା (୩୫)। ଏଠାରେ ଆଚାର୍ଯ୍ୟବିହାରସ୍ଥିତ ବିଶ୍ବେଶ୍ବର ବସ୍ତି‌ରେ ରୁହେ। ପୁଲିସ ସୂଚନା ମୁତାବକ, କଲ୍ୟାଣ ଜୁଏଲର୍ସ ନିକଟରେ ଥିବା ଏକ ଜଳଖିଆ ଦୋକାନକୁ ରଂଜନ ଓ ତା’ର ୩ସହଯୋଗୀ ଯାଇଥିଲେ। ଜଳଖିଆ ଖାଇବା ପରେ କୌଣସି କାରଣରୁ ଦୋକାନୀ ଅବିନାଶ କାଣ୍ଡିଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ରଂଜନ ଓ ତାର ସହଯୋଗୀମାନେ ଅବିନାଶଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏଥିରେ ଅବିନାଶଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେବାରୁ ସହିଦନଗର ଥାନା ପୁଲିସ ପହଞ୍ଚି ଅବିନାଶଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ରଂଜନକୁ ଗିରଫ କରିଥିଲା। କିନ୍ତୁ ରଂଜନର ସହଯୋଗୀମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଆଜି ରଂଜନକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର