ମହିଳାଙ୍କୁ ଆକ୍ରମଣ

ଭୁବନେଶ୍ୱର: ସହିଦନଗର ବିର୍ସାମୁଣ୍ଡା ବସ୍ତିର ଜଣେ ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏନେଇ ରଞ୍ଜୁଲତା ମହାପାତ୍ର ନାମକ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଦୀର୍ଘ ବର୍ଷହେବ ସହିନଗର ଲକ୍ଷ୍ମୀପୂଜା ମଣ୍ଡପରେ ସ୍ଥାନୀୟ ପିଲାମାନେ ଖେଳକୁଦ କରିବା ସହ ବିଭିନ୍ନ ଉତ୍ସବ ପାଳନ କରନ୍ତି। ତେବେ କିଛିଦିନ ତଳେ ଏହି ମଣ୍ଡପକୁ ବିଏମ୍‌ସି ଉଚ୍ଛେଦ କରୁଥିବା ବେଳେ ସେ ଏହାକୁ ବିରୋଧ କରିଥିଲେ। ଏନେଇ କିଛି ଯୁବକ ଶୁକ୍ରବାର ରାତିରେ ତାଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଗାଳିଗୁଲଜ କରିଥିବା ଯୁବକମାନେ ସ୍ଥାନୀୟ କର୍ପୋରେଟର୍‌ଙ୍କ ସମର୍ଥକ ବୋଲି କୁହାଯାଉଛି। ଅନ୍ୟପଟେ କର୍ପୋରେଟର୍‌ ଶାଶ୍ୱତୀ ମିଶ୍ର କହିଛନ୍ତି ଯେ, ଏହା ତାଙ୍କ ବିରୋଧରେ ଏକ ଚକ୍ରାନ୍ତ। ଏଥିରେ ତାଙ୍କର କୌଣସି ହାତ ନାହିଁ। ସେ କିମ୍ବା ତାଙ୍କର କୌଣସି ସମର୍ଥକ ଏଭଳି କାର୍ଯ୍ୟ କରି ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର