ଭୁବନେଶ୍ୱର: ଫାୟାରଷ୍ଟେସନ୍ ନିକଟରେ ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କୁ ମାଡ଼ ମାରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ସାଲିଆସାହି ଆମ୍ବେଦକର ବସ୍ତିର ଅନୀଲ ପ୍ରଧାନ(୨୮), ସନ୍ତୋଷ ପାତ୍ର(୨୫) ଏବଂ ମୁନୁ ନାୟକ(୨୯)। ପୁଲିସ ସୂଚନା ମୁତାବକ, ରବିବାର ଦିନ ପ୍ରାୟ ସାଢ଼େ ୩ଟାରେ ଅନୀଲ, ସନ୍ତୋଷ ଏବଂ ମୁନୁ ଏକ ବାଇକ୍ରେ ରେଣ୍ଟାଲ କଲୋନିରୁ ବିବେକାନନ୍ଦ ହସ୍ପିଟାଲ ଆଡ଼କୁ ଯାଉଥିଲେ। ଫାୟାରଷ୍ଟେସନ୍ ଛକ ନିକଟରେ ଟ୍ରାଫିକ୍ ନିୟମ ନମାନି ସେମାନେ ଆଗକୁ ପଳାଇଥିଲେ। ସେଠାରେ ଥିବା ଟ୍ରାଫିକ୍ କନଷ୍ଟେବଲ ପ୍ରସନ୍ନ ପ୍ରଧାନ ତିନିଜଣଙ୍କୁ ଅଟକାଇବାରୁ ଯୁବକମାନେ ତାଙ୍କ ସହ ଯୁକ୍ତିତର୍କ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ କାବୁ କରିଥିଲା। ପୁଲିସ ସେମାନଙ୍କୁ ନୂଆପଲ୍ଲୀ ଥାନାକୁ ନେବା ସହ ସେମାନଙ୍କ ବାଇକ୍ ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଯୁବକମାନଙ୍କୁ କୋର୍ଟଚାଲାଣ କରିଛି।
ଟ୍ରାଫିକ୍ କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ
/sambad/media/post_attachments/wp-content/uploads/2018/08/arrested-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)