ଭୁବନେଶ୍ୱର: ଗାଡ଼ି କାଗଜପତ୍ର ଯାଞ୍ଚ ବେଳେ ଟ୍ରାଫିକ୍ ପୁଲିସଙ୍କୁ ମାଡ଼ ମାରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, କଟକ ଜିଲ୍ଲା ପୁରୀଘାଟ ଅଞ୍ଚଳର ନିତେଶ ଶର୍ମା(୩୯)। ବୁଧବାର ଦିନ ପ୍ରାୟ ସାଢ଼େ ୧୧ଟାରେ ଜୟଦେବ ବିହାର ଛକରେ ଥିବା ପାଲ ହାଇଟସ୍ ସପିଂ ମଲ୍ ନିକଟରେ ଟ୍ରାଫିକ୍ ପୁଲିସ ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ଭୁଲ୍ ଦିଗରେ ବାଇକ୍ରେ ଆସୁଥିବା ନିତେଶଙ୍କୁ ଅଟକାଇବା ସହ ପୁଲିସ ତାଙ୍କୁ ଜରିମାନା କରିଥିଲା। ଏନେଇ ନିତେଶ ଯୁକ୍ତିତର୍କ କରିବା ସହ ପୁଲିସକୁ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ପୁଲିସ ପାଲଟା ଆକ୍ରମଣ କରିଥିଲା। ଏହାପରେ ଆରମ୍ଭ ହୋଇଯାଇଥିଲା ଯୁବକଙ୍କ ନାଟକ। ପୁଲିସକୁ ପ୍ରତିବାଦ କରି ଯୁବକଜଣଙ୍କ ରାସ୍ତା ମଝିରେ ଶୋଇ ରହିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଯୁବକଙ୍କୁ କାବୁ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରିଛି।
ଟ୍ରାଫିକ୍ ପୁଲିସକୁ ମାଡ଼ ମାରି ଯୁବକ ଗିରଫ
/sambad/media/post_attachments/wp-content/uploads/2019/01/arrest09-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)