ଟ୍ରାଫିକ୍‌ କନ‌େଷ୍ଟବଲଙ୍କୁ ମାଡ଼ ମାରି ଜଣେ ଗିରଫ, କାର୍‌ ଜବତ

ଭୁବନେଶ୍ବର: ବମିଖାଲ ଟ୍ରାଫିକ୍‌ ଛକ ନିକଟରେ ଜଣେ ଟ୍ରାଫିକ୍‌ କ‌େନଷ୍ଟବଲଙ୍କୁ ମାଡ଼ ମାରିବା ଅଭିଯୋଗରେ ଲକ୍ଷ୍ମୀସା‌ଗର ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ହେଲେ, କଟକ ରୋ‌ଡ୍ ନୀଳଚକ୍ର ଆପାର୍ଟମେଣ୍ଟ ଅଞ୍ଚଳର ସୁବ୍ରତ ମହାପାତ୍ର(୪୫)। ପୁଲିସ ତାଙ୍କ ନିକଟରୁ ଏକ କାର୍‌ ଜବତ କରିଛି। ପୁଲିସ ସୂଚନା ମୁତାବକ, ବୁଧବାର ଦିନ ପ୍ରାୟ ସାଢ଼େ ୧୧ଟାରେ ସୁବ୍ରତ କୌଣସି କାମରେ ରସୁଲଗଡ଼ ଆଡ଼କୁ ଯାଉଥିଲେ। ବମିଖାଲ ଟ୍ରାଫିକ୍‌ ଛକରେ ସିଗ୍‌ନାଲ ଉଲ୍ଲଙ୍ଘନ କରି ସେ ଆଗକୁ ପଳାଇଥିଲେ। ସେଠାରେ ଥିବା ଟ୍ରାଫିକ୍‌ କନ‌େଷ୍ଟବଲ୍‌ ଉତ୍ତମ ରାଉତ ତାଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁବ୍ରତ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଥିବା ଅନ୍ୟ ଟ୍ରାଫିକ୍‌ କର୍ମଚାରୀ ଧାଇଁ ଆସି ଅଟକାଇବାକୁ ଚେଷ୍ଟା କରିଥିଲେ ମଧୢ ସୁବ୍ରତ ଥମିନଥିଲେ। ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ସୁବ୍ରତଙ୍କୁ କାବୁ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ସୁବ୍ରତଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର