ଆଦିବାସୀ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବାରଙ୍ଗ : ହୋଲି ଦିନ ଚନ୍ଦକା ଥାନା ଅଧୀନ ଚୂଡ଼ଙ୍ଗ ବସ୍ତି ଅଞ୍ଚଳରେ ଆଦିବାସୀ ଯୁବକମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଦାରୁଠେଙ୍ଗ ଗ୍ରାମର ସନ୍ତୋଷ କୁମାର ପାହାଡସିଂ ଓରଫ ଖୋବା ଓ ତାର ଅନ୍ୟ ତିନି ସହଯୋଗୀ କ୍ରିକେଟ ଖେଳୁଥିବା ଯୁବକମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କଠାରୁ ବ୍ୟାଟ ଛଡ଼ାଇ ଆଣିବା ସହିତ ରଡ୍‌ରେ ଆକ୍ରମଣ କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଏହି ଆକ୍ରମଣରେ ଜଣେ ଆଦିବାସୀ ଯୁବକଙ୍କ ମୁଣ୍ଡ ଫାଟିବା ସହ ଅନ୍ୟମାନେ ଆହତ ହୋଇଥିଲେ। ଏନେଇ ବାହୁଡା ମାର୍ଣ୍ଡିଙ୍କ ସମେତ ପ୍ରାୟ ୨୦୦ରୁ ଊର୍ଧ୍ୱ ଆଦିବାସୀ ମେଳିହୋଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର