ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ସରସ୍ବତୀ ବସ୍ତିର ଜଣେ ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ସରସ୍ବତୀ ବସ୍ତିର ରୁଦ୍ର ପ୍ରସାଦ ପାତ୍ର ଓ ସଞ୍ଜୟ ଜେନା। ଦୁହେଁ ସେହି ବସ୍ତିର ମହିଳା ରେଣୁବାଳା ମହାନ୍ତିଙ୍କୁ ଗତ ରାତିରେ ମାଡ଼ ମାରିଥିଲେ। ଏନେଇ ରେଣୁବାଳା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା।
ମହିଳାଙ୍କୁ ମାଡ଼ ମାରି ଦୁଇ ଯୁବକ ଗିରଫ
/sambad/media/post_attachments/wp-content/uploads/2019/02/696168-695642-arrest-thinkstock.jpg)