ପୁରୁଣା ଭୁବନେଶ୍ୱର: ଟଙ୍କା ଫେରାଇବା ବାହାନାରେ ଜଣେ ମହିଳାଙ୍କୁ ମାଡ଼ ମାରିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ, ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଗ୍ରାମର ରାଜ କିଶୋର ମଣ୍ଡଳ (୩୫)। ପୁଲିସ ସୂଚନା ଅନୁଯାୟୀ ରାଜର ମାଇଁ ଗୌରୀ କର ଟଙ୍କପାଣି ରୋଡ୍ ଶିବ ନଗରରେ ରୁହନ୍ତି। ରାଜୁ ତାଙ୍କ ମାଇଁଙ୍କଠାରୁ ୮୦ ହଜାର ଟଙ୍କା ନେଇଥିଲେ। ବହୁବାର ଟଙ୍କା ମାଗିବା ପରେ ରାଜୁ ଫେରାଉନଥିବା ବେଳେ ଆଜି ସ୍ଥାନୀୟ ମ୍ୟୁଜିୟମ ଛକ ନିକଟକୁ ତାଙ୍କ ମାଇଁଙ୍କୁ ଟଙ୍କା ଫେରାଇବ କହି ଡାକିଥିଲା। ତେବେ ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲ। ଏନେଇ ରାଜୁ ତାଙ୍କ ମାଇଁ ଓ ତାଙ୍କ ପୁଅଙ୍କୁ ମାଡ଼ ମାରିଥିଲା। ଏପରିକି ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଏନେଇ ଗୌରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ରାଜୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଟଙ୍କା ଫେରାଇବାକୁ କହି ମହିଳାଙ୍କୁ ମାଡ଼, ଜଣେ ଗିରଫ
/sambad/media/post_attachments/wp-content/uploads/2018/05/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)