ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ୧ ଗିରଫ

ଖଣ୍ଡଗିରି: ରାସ୍ତାରେ ଜଗି ଟଙ୍କା ଛଡ଼ାଇବା ପାଇଁ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧଭାବେ ଆକ୍ରମଣ କରିଥିବା ଅଭିଯୋଗରେ ଶନିବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲେ ୟୁନିଟ୍‌-୬ କାଳୀମନ୍ଦିର ବସ୍ତିରେ ରହୁଥିବା ରାଜେଶ କୁମାର ଖୁଣ୍ଟିଆ(୨୫)। ପୁଲିସ ସୂଚନାନୁସାରେ ଗତ ୪ ତାରିଖ ରାତି ପ୍ରାୟ ୯ଟା ସମୟରେ ବରମୁଣ୍ଡା ଶାନ୍ତିବିହାରରେ ରହୁଥିବା ରାଜକୁମାର ବାରିକ ଡେଲ୍‌ଟା ଛକ ପାଖ ଦେଇ ଘରକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ରାଜେଶ ଓ ତାର ଅନ୍ୟ ୫ ଜଣ ସହଯୋଗୀ ହଠାତ୍‌ ତାଙ୍କୁ ଏକୁଟିଆ ଦେଖି ଅଟକାଇବା ସହ ପାଖରେ ଯାହା ଟଙ୍କା ଅଛି ଦେବାକୁ ଧମକ ଦେଇଥିଲେ। ମାତ୍ର ରାଜକୁମାର ଡରି ନଯାଇ ସେମାନଙ୍କୁ ପ୍ରତିରୋଧ କରିବାକୁ ଉଦ୍ୟମ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ୩/୪ ଚୋଟ ପକାଇ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ପୁଲିସ ଛାନ୍‌ଭିନ୍‌ କରି ରାଜେଶକୁ ଗିରଫ କରିଛି ଓ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର