ଭୁବନେଶ୍ୱର : ଆଜି ସତ୍ୟନଗର ଅଞ୍ଚଳରେ ଜଣେ ଯୁବକକୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଯୁବକ ଜଣକ ଖାରବେଳନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ଆଜି ସନ୍ଧ୍ୟାରେ ୟୁନିଟ୍ ୯ ଭଗବତୀ ବସ୍ତିର ସନ୍ତୋଷ ସାହୁ ନିଜ କାମ ସାରି ଘରକୁ ଫେରୁଥିଲେ। ସେ ସତ୍ୟନଗରଠାରେ କୌଣସି କାମ ଥିବାରୁ ଠିଆ ହୋଇଥିଲେ। ସେହି ସମୟରେ ଧୁଷୁ ବେହେରା ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ସନ୍ତୋଷଙ୍କୁ ବିନା କାରଣରେ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା। ସନ୍ତୋଷଙ୍କ ମୁଣ୍ଡରେ ଜୋର ଆଘାତ ଲାଗିବାରୁ ସେ ତଳେ ପଡ଼ି ଚିତ୍କାର କରିଥିଲେ। ଚିତ୍କାର ଶୁଣି ସେଠାରେ ଥିବା କିଛି ସ୍ଥାନୀୟ ଲୋକ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ। ଏହା ଦେଖି ଧୁଷୁ ସେହି ସ୍ଥାନ ଛାଡ଼ି ପଳାଇଥିଲ। ସ୍ଥାନୀୟ ଲୋକ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତି କରିଥିଲେ। ପରେ ଖାରବେଳନଗର ଥାନାକୁ ଜଣାଇଥିଲେ।
ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2018/02/attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)