ପୁରୁଣା ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଯୁବକର ମୁଣ୍ଡରେ ଗୁରୁତର ଆଘାତ ଲାଗିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଏନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲା ସୁନ୍ଦରପଦାର ସୁବ୍ରତ ସ୍ୱାଇଁ(୨୪)। ମିଳିଥିବା ସୂଚନା ଅନୁଯାୟୀ ସୁବ୍ରତ ଏକ ବାଇକରେ ଏକାମ୍ର କଲେଜ ରାସ୍ତାରେ ଯାଉଥିବା ବେଳେ ପୋଖରୀପୁଟ୍ରେ ଦେବୀ ପ୍ରସାଦ ସେଠୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଏନେଇ ଦେବୀ ତାର ଦୁଇ ସାଙ୍ଗକୁ ଡାକି ସୁବ୍ରତକୁ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ସୁବ୍ରତର ମୁଣ୍ଡରେ ଆଘାତ ଲାଗିଥିଲା।
ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2018/02/atta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)