ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ

ଭୁବନେଶ୍ୱର : ଧାର ଟଙ୍କା ମାଗିବାରୁ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି।  ସୂଚନାନୁଯାୟୀ, ବାଙ୍କୁଆଳ ଗ୍ରାମର ସନ୍ତୋଷ ସାହୁ ସେହି ଗାଁର ଭିକି ସାହାଣୀଙ୍କୁ ୩୦ହଜାର ଟଙ୍କା ଧାର ଦେଇଥିଲେ। ତେବେ କିଛି ଦିନ ପରେ ସନ୍ତୋଷ ଧାର ଟଙ୍କା ମାଗିବାରୁ ଭିକି ତାଙ୍କୁ ଆଉ ଧରା ଛୁଆଁ ଦେଇନଥିଲେ। ଭିକି ଘରେ ଥିବା ଖବର ପାଇ ସନ୍ତୋଷ ତାଙ୍କ ଘରକୁ ଯାଇ ଟଙ୍କା ବଦଳରେ ତାଙ୍କ ବାରିରେ ଥିବା ୪ଟି ଗଛ ନେବାକୁ ପ୍ରସ୍ତାବ ଦେଇଥିଲେ। ଟଙ୍କା ନପାଇବା କାରଣରୁ ଏହି ପ୍ରସ୍ତାବରେ ସନ୍ତୋଷ ରାଜି ହୋଇଯାଇଥିଲେ ଓ ଗଛ କାଟିବା ପାଇଁ ସେ କିଛି ଲୋକ ଧରି ଗଲା ବେଳକୁ ଭିକି ଆଗରୁ କିଛି ଲୋକଙ୍କୁ ଗଛ ବିକି ଦେଇଥିଲେ। ଏ କଥାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ଭିକି ସନ୍ତୋଷଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର