ଭୁବନେଶ୍ୱର : କେଶୁରା ସ୍ଥିତ ଜୟମାତାଦି ଫର୍ଣ୍ଣିଚର ଦୋକାନର ରାହୁଲ ସାମନ୍ତରାୟଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ସହିଦନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଦୋକାନ ମାଲିକ ପ୍ରଶାନ୍ତ ନାୟକ କୌଣସି କାମରେ ବାହାରକୁ ଯାଇଥିଲେ। ତେଣୁ ଶଳା ରାହୁଲଙ୍କୁ ଦୋକାନରେ ବସାଇଥିଲେ। ରାହୁଲ ଦୋକାନରେ ବସିଥିବା ବେଳେ ସେଠାରେ ଭୋଜି କରୁଥିବା ପଡ଼ୋଶୀ ଦୋକାନର କିଛି ନିଶାସକ୍ତ ଯୁବକ ହଠାତ୍ ଦୋକାନ ଭିତରକୁ ପଶି ଆସିଥିଲେ। ରାହୁଲ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଦୋକାନର ଅସବାବପତ୍ର ଭଙ୍ଗାରୁଜା କରିଥିଲେ। ଏପରିକି ଯୁବକମାନେ ରାହୁଲଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ।
ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2018/03/attack-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)