ଭୁବନେଶ୍ୱର: ଯୁବକଙ୍କୁ ଆକ୍ରମଣ କରି ମୋବାଇଲ୍ ଲୁଟ୍ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଚୋରକୁ ଗିରଫ କରିଛି। ପୁଲିସ ତାଠାରୁ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି। ସେ ହେଲା କେଦାରପଲ୍ଲୀ ଅଞ୍ଚଳର ବିଜୁ ନାୟକ(୨୧)। ଶୁକ୍ରବାର ବିଳମ୍ବିତ ରାତିରେ ଗଙ୍ଗନଗର ଅଞ୍ଚଳର ସନ୍ତୋଷ ବେହେରା ନାମକ ଜଣେ ଯୁବକ କ୍ୟାପିଟାଲ ହସ୍ପିଟାଲରୁ ଘରକୁ ଫେରୁଥିଲେ। ଏହି ସମୟରେ ବିଜୁ ଓ ତାର ୨ଜଣ ସହାଯୋଗୀ ଏକ ବାଇକ୍ରେ ଆସି ମାଡ଼ ମାରିଥିଲେ। ଏହାପରେ ସନ୍ତୋଷଙ୍କ ମୋବାଇଲ୍ ଓ ପର୍ସ ଛଡ଼ାଇ ନେଇଥିଲେ। ଏନେଇ ସନ୍ତୋଷ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ବିଜୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଯୁବକଙ୍କୁ ଆକ୍ରମଣ, ଲୁଟ୍ କରି ଜଣେ ଗିରଫ
/sambad/media/post_attachments/wp-content/uploads/2018/04/arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)