ଯୁବକଙ୍କୁ ଆକ୍ରମଣ, ଲୁଟ୍‌ କରି ଜଣେ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ଆକ୍ରମଣ କରି ମୋବାଇଲ୍‌ ଲୁଟ୍‌ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଚୋରକୁ ଗିରଫ କରିଛି। ପୁଲିସ ତାଠାରୁ ଗୋଟିଏ ବାଇକ୍‌ ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେ ହେଲା କେଦାରପଲ୍ଲୀ ଅଞ୍ଚଳର ବିଜୁ ନାୟକ(୨୧)। ଶୁକ୍ରବାର ବିଳମ୍ବିତ ରାତିରେ ଗଙ୍ଗନଗର ଅଞ୍ଚଳର ସନ୍ତୋଷ ବେହେରା ନାମକ ଜଣେ ଯୁବକ କ୍ୟାପିଟାଲ ହସ୍ପିଟାଲରୁ ଘରକୁ ଫେରୁଥିଲେ। ଏହି ସମୟରେ ବିଜୁ ଓ ତାର ୨ଜଣ ସହାଯୋଗୀ ଏକ ବାଇକ୍‌ରେ ଆସି ମାଡ଼ ମାରିଥିଲେ। ଏହାପରେ ସନ୍ତୋଷଙ୍କ ମୋବାଇଲ୍‌ ଓ ପର୍ସ ଛଡ଼ାଇ ନେଇଥିଲେ। ଏନେଇ ସନ୍ତୋଷ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ବିଜୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର