ଭୁବନେଶ୍ବର: ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଅଜୁ ପଲ୍ଲେଇ(୨୪)କୁ ଗିରଫ କରିଛି। ଏଠାରେ ସେ ସହିଦନଗର ସତ୍ୟକାଳୀ ବସ୍ତିରେ ରୁହେ। ପୁଲିସ ସୂଚନା ମୁତାବକ, ଆଲୋକ ମହାନ୍ତି ନାମକ ଜଣେ ଯୁବକ ଦୀର୍ଘ ଦିନ ହେବ ଆଇନକ୍ସ ନିକଟରେ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ସେଠାରେ ଅଜୁ ମଧ୍ୟ ଏକ ଦୋକାନ ଭଡ଼ା ଦେଇଥିଲା। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ୧୬ ତାରିଖରେ ଆଲୋକ ଦୋକାନରେ ଥିବା ସମୟରେ ଅଜୁ ସେଠାକୁ ଯାଇ ଗାଳିଗୁଲଜ କରିଥିଲା। ଆଲୋକ ପ୍ରତିବାଦ କରିବାରୁ ସେ ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲା। ପରେ ଏ ସଂପର୍କରେ ଆଲୋକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।
ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2019/08/arrest-aajtak.jpg)