ଭୁବନେଶ୍ୱର: ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଛାତ୍ରକୁ ଗିରଫ କରିଛି। ସେ ହେଲେ, ଉତ୍କଳ ବିଶ୍ୱବିଦ୍ୟାଳୟ ଏମ୍ଜେଏମ୍ସି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଦେବେଶ ଦାସ (୨୨)। ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ଦେବେଶ ଆଶିଷ ସାହୁ ନାମକ ଜଣେ ଯୁବକଙ୍କୁ ବାଇକ୍ ମାଗିଥିଲେ। ହେଲେ ଆଶିଷ ବାଇକ୍ ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଦେବେଶ ରାଗିଯାଇ ଆଶିଷଙ୍କ ମୁଣ୍ଡକୁୁ ଏକ ପଥରରେ ଛେଚି ଦେଇଥିଲେ। ଏନେଇ ଆଶିଷ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।