ମହିଳାଙ୍କୁ ଆକ୍ରମଣ, ୨ ଚୋର ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ୨ଜଣଙ୍କକୁ ଗିରଫ କରିଛି। ସେମାନେ ହେଲେ ପୁରୁଷୋତ୍ତମ ବସ୍ତିର ଗଗନ ପାତ୍ର(୨୪) ଓ ରବି ପାତ୍ର(୨୬)। ଗତ ଅଗଷ୍ଟ ୧୮ ତାରଖରେ ଗଗନ ଓ ରବି ମଞ୍ଚେଶ୍ୱର ତୁଇଁକୁଟି ବସ୍ତିର ରାମ ଦାସଙ୍କ ଘରୁ ଚୋରି କରୁଥିଲେ। ଏନେଇ ରାମ ଦାସ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ କଥା ଜାଣିବା ପରେ ଗଗନ ଓ ରବି ପ୍ରତିଶୋଧ ପରାୟଣ ହୋଇ ରାମଦାସଙ୍କ ଘରକୁ ଯାଇ ତାଙ୍କୁ ଓ ତାଙ୍କ ପତ୍ନୀକୁ ଆକ୍ରମଣ କରିଥିଲେ। କେସ୍‌ ନ ଉଠାଇଲେ ପରସ୍ଥିତି ଭୟଙ୍କର ହେବ ବୋଲି ଧମକାଇଥିଲେ। ଏନେଇ ରାମଦାସ ଥାନାରେ ଅଭିଯୋଗ ପରେ ପୁଲିସ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର