ଯୁବକକୁ ଅପହରଣ ଉଦ୍ୟମ କରି ୨ ଗିରଫ

ଚନ୍ଦ୍ରଶେଖରପୁର: ଡମଣା ଛକରେ ଜଣେ ଯୁବକଙ୍କୁ ବଳପୂର୍ବକ ଅପହରଣ କରି ଉଠାଇନେବା ଉଦ୍ୟମ କରି ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରିଦେଇଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଅନୀଲ କୁମାରା ଦାସ ଓ ବୁଟୁ ବେହେରା। ଦୁହେଁ ଆଉ କିଛି ସାଙ୍ଗମାନଙ୍କ ସହ ମିଶି ଗତ ସପ୍ତାହରେ ଡମଣା ନିକଟ ଏକ ଆପାର୍ଟମେଣ୍ଟ୍‌ ତଳୁ ଅମିତ ପ୍ରଧାନ ନାମକ ଜଣେ ଯୁବକଙ୍କ ପାଟିରେ ଗାମୁଛା ଗୁଡ଼ାଇ ନିସ୍ତୁକ ମାଡ଼ ମରିଥିଲେ। ପରେ ତାଙ୍କୁ ଅପହରଣ କରି ଏକ କାର୍‌ରେ ନେଇଯିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଏଥିରେ ସଫଳ ନହେବାରୁ ସେମାନେ ଘଟଣାସ୍ଥଳରୁ ସମସ୍ତେ ପଳାଇଥିଲେ। ଏ ନେଇ ଅମିତଙ୍କ ବାପା ମନୋଜ ପ୍ରଧାନ ଥାନାରେ ଅଭିଯୋଗ ଦେବାରୁ ପୁଲିସ ଏହାର ତଦନ୍ତ କରି ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ  ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର