ଔରଙ୍ଗାବାଦ: ମହାରାଷ୍ଟ୍ରର ଔରଙ୍ଗାବାଦସ୍ଥିତ କଲଙ୍କି ନାମକ ପୂଜାର ଆୟୋଜନ କରାଯାଇଥିଲା। ଏହି ପୂଜାରେ ସାମିଲ ହେବା ପରେ ଜଣେ ୩୧ ବର୍ଷୀୟ ମହିଳାଙ୍କୁ ନିବସ୍ତ୍ର କରି ଦିଆଯିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ହୋଇଛି କି, ମହିଳା ନିଜେ ଘରେ କାମ କରୁଥିଲେ। ଏହି ସମୟରେ ଅଭିଯୁକ୍ତ ରାମଭାଉ ସିନ୍ଦେ କବାଟ ବାଡେଇ ଥିଲା। ମହିଳା ଯେତେବେଳେ କବାଟ ଖୋଲି ଥିଲା ଅଭିଯୁକ୍ତ ରାମଭାଉ ନିଜ ଫାର୍ମରେ ଆୟୋଜିତ ପୂଜାରେ ସାମିଲ ହେବା ପାଇଁ ନିବେଦନ କରିଥିଲା। ପ୍ରଥମେ ମହିଳା ଏହି ଆୟୋଜନରେ ସାମିଲ ହେବ ପାଇଁ ମନା କରିଥିଲେ। ପରେ ଅଭିଯୁକ୍ତଙ୍କ ଅନୁରୋଧ କ୍ରମେ ପୂଜାରେ ସାମିଲ ହେବା ପାଇଁ ମହିଳା ରାଜି ହୋଇ ଯାଇଥିଲେ। ଫାର୍ମରେ ବନିଥିବା ଏକ ଛୋଟ କୋଠରୀରେ ମହିଳା ପହଞ୍ଚିଥିଲେ, ସେଠାରେ ମହିଳା କିଛି ତାନ୍ତ୍ରିକ ବସି ମନ୍ତ୍ରଉଚ୍ଚାରଣ କରିବାକୁ ଲାଗିଥିବା ଦେଖିବାକୁ ପାଇଥିଲେ। କିଛି ସମୟ ପରେ ସେଠାରେ ଥିବା ଲୋକମାନେ ମହିଳାଙ୍କୁ ପୋଷାକ ଖୋଲିବାକୁ କହିଥିଲେ। ମହିଳା ଏଥିରେ ରାଜି ନହେବାରୁ ରାମଭାଉ ସମେତ ଉପସ୍ଥିତ ଲୋକେ ମହିଳାଙ୍କ ପୋଷାକ ଫାଡି ଦେଇଥିଲେ।
ଘଟଣାସ୍ଥଳରୁ କଳେବଳେ କୌଶଳେ ଜୀବନ ବଞ୍ଚାଇ ମହିଳା ଚାଲି ଆସିଥିଲେ। ଏବଂ କନ୍ନାଡା ପୁଲିସ ଷ୍ଟେସନ୍ରେ ପହଞ୍ଚିଥିଲେ। ମହିଳାଙ୍କଠାରୁ ସମସ୍ତ କଥା ଶୁଣିବା ପରେ ପୁଲିସ ୧୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ୨ଜଣ ଲୋକଙ୍କୁ ଗିରଫ କରିବା ସହିତ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ କରୁଛି।