ମହିଳାଙ୍କୁ ଅସଦାଚରଣ, ଅଟୋଚାଳକ ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଅଟୋ ଚାଳକକୁ ଗିରଫ କରିଛି। ସେ ହେଲା ପୁରୀ ଜିଲ୍ଲା ଚନ୍ଦନପୁରର ଶଙ୍କର ପଟ୍ଟନାୟକ(୩୭)। ଏଠାରେ ସେ ସହିଦନଗର ଥାନା ପଥରବନ୍ଧ ବସ୍ତିରେ ରହୁଥିଲା। ପୁଲିସ ସୂଚନା ମୁତାବକ, ଗତ ୩୦ ତାରିଖ ସନ୍ଧ୍ୟାରେ ୟୁନିଟ୍‌-୮ ଅଞ୍ଚଳର ଜଣେ ମହିଳା ଏକ ସମ୍ମିଳନୀକୁ ଯିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ନିକଟରେ ଅଟୋକୁ ଅପେକ୍ଷା କରିଥିଲେ। ଏହି ସମୟରେ ଶଙ୍କର ମହିଳାଙ୍କୁ ଅଟୋରେ ନେଇ ଚତୁରତାର ସହ ତାଙ୍କ ନମ୍ବର ନେଇଯାଇଥିଲେ। ଏହାପରେ ତାଙ୍କୁ ବିଭିନ୍ନ ସମୟରେ ଫୋନ୍‌ କରି ଅଶ୍ଳୀଳ କଥା କହିଥିଲେ। ଏନେଇ ମହିଳାଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର