ଏହି କାରଣରୁ ଜବତ ହେଲା ଅଟୋ ଚାଳକଙ୍କ ୨କୋଟି ଟଙ୍କାର ଘର

ନୂଆଦିଲ୍ଲୀ: ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ୨କୋଟି ଟଙ୍କାର ଘର ଜବତ ହେବାପରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି। ଯାହାକୁ ଦେଖୁଛନ୍ତି ତାଙ୍କୁ ଧରି କାନ୍ଦୁଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇରେ ଅଟୋ ଚାଳକ ହାରୁନ ସତ୍ତାର ଶେଖ ବସବାସ କରନ୍ତି। ସେ ମୁୁମ୍ବାଇରେ ଅନେକ ଦିନ ହେବ ଅଟୋ ଚଳାଇ  ଆସୁଛନ୍ତି। ସେ ଅଟୋ ଚଳାଇ ତାଙ୍କ ପରିବାର ପୋଷି ଥାଆନ୍ତି। କିଛିଦିନ ତଳେ ସେ ଏକ ଘର କରିବାକୁ ସ୍ଥିର କରିଥିଲେ। ଏଥିପାଇଁ ହାରୁନ ସତ୍ତାର ନିଜ ନାମ ସମେତ ନିଜ ପତ୍ନୀ ନୋଲିଫର ଶେଖ ଓ ଅନ୍ୟ ଜଣେ ମହିଳା ହଲିମା ଶେଖଙ୍କ ନାମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ଆଣିଥିଲେ।

ଏହି ଋଣ ରାଶି ୧.୮୦ କୋଟି ଟଙ୍କା ଥିବା କୁହାଯାଉଛି। ତେବେ ବ୍ୟାଙ୍କ ଏହି ଋଣ ରାଶି ପୈଠ କରିବା ପାଇଁ ଏକ ନିଶ୍ଚିତ ସମୟ ଦେଇଥିଲା। ଏହି ସମୟ ଅତିକ୍ରମ କରି ଯାଇଥିଲେ ହେଁ ହାରୁନ ଋଣ ଟଙ୍କା ପୈଠ କରି ପାରି ନଥିଲେ।  ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ୍‌ ଗଲାପରେ ଶେଷରେ ହାରିନଙ୍କ ଘରକୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ସୁରକ୍ଷା ମଧ୍ୟରେ ବ୍ୟାଙ୍କ ଅଧିକାରୀ ଜବତ କରିଥିଲେ। ଜବତ ହୋଇଥିବା ଅଟୋ ଚାଳକଙ୍କ ଘରର ମୂଲ୍ୟ  ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ହାରୁନ ସତ୍ତାର ଜଣେ ମାମୁଲି ଅଟୋ ଚାଳକ ହୋଇଥିବା ବେଳେ ବ୍ୟାଙ୍କ କିପରି ତାଙ୍କୁ ଏତେ କୋଟି ଟଙ୍କାର ଋଣ ଦେଇଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର