ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବତୀଙ୍କୁ ବଞ୍ଚାଇଲେ ଅଟୋ ଚାଳକ

ଇନ୍ଦୋର: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଜଣେ ଅଟୋ ଚାଳକଙ୍କ ହେତୁ ଯୁବତୀଙ୍କ ଜୀବନ ବଞ୍ଚିଯାଇଛି। ତେବେ ଏହି ଘଟଣାର ଏକ ଭିଡିଓ କ୍ଲିପ ବି ସାମ୍ନାକୁ ଆସିଛି।

ଭିଡିଓ କ୍ଲିପ୍‌ରେ ଜଣେ ଯୁବତୀ ବନ୍ଦଥିବା ରେଳ ଫାଟକ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଯୁବତୀ ଜଣକ ନୀଳ ରଙ୍ଗର ସୁଟ ପିନ୍ଧିଥିବା ବେଳେ ମୁହଁରେ ଧଳା କପଡ଼ା ଘୋଡାଇ ହୋଇଥିଲେ। ଯେମିତି ହିଁ ଟ୍ରେନ୍ ଆସୁଥିବା ଯୁବତୀ ଦେଖିଥିଲେ ସେ ରେଳ ଫାଟକ  ଅତିକ୍ରମ କରି ରେଳ ଧାରଣାକୁ ଚାଲି ଯାଇଥିଲେ। ଯୁବତୀ ଜଣକ ଆତ୍ମହତ୍ୟା ପାଇଁ ଟ୍ରେନ ସାମ୍ନାକୁ ଦୌଡ଼ି ଯାଉଥିବା ଦେଖି ଘଟଣାସ୍ଥଳରେ ଥିବା ଅଟୋ ଚାଳକ ମୋହସିନ୍ ତୁରନ୍ତ ଯାଇ ଯୁବତୀଙ୍କୁ ଅଟାଇଥିଲେ।

ଯୁବତୀ ଜଣକ ଆଉ ବଞ୍ଚିବା ପାଇଁ ଚାହାନ୍ତି ନାହିଁ। ସେଥିପାଇଁ ସେ ଏହି ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବାରମ୍ବାର କହୁଥିଲେ। ଅଟୋ ଚାଳକଙ୍କ ସମେତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଆନ୍ୟ କିଛିଲୋକ ଯୁବତୀଙ୍କୁ ଶାନ୍ତ ରହିବାକୁ କହିବା ସହିତ ପାଣି ପିଇବାକୁ ଦେଇଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଯୁବତୀଙ୍କ ନାମ କ’ଣ ସେ କେଉଁଠାରୁ ଆସିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

ସମ୍ବନ୍ଧିତ ଖବର