ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଗପତରେ ହୋଲି ଦିନ ଜଣେ ଯୁବକ ଦ୍ରୁତଗତିରେ ଯାଉଥିବା ଏକ ଅଟୋ ଉପରେ ପାଣି ଭର୍ତ୍ତି ବେଲୁନ ଫିଙ୍ଗି ଦେଇଥିଲେ। ଫଳରେ ଅଟୋଟି ରାସ୍ତାକୁ ଓଲଟି ପଡ଼ିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି, କିଛିଲୋକ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଛନ୍ତି। ଏହି ସମୟରେ ସେହି ରାସ୍ତାରେ ଏକ ଦ୍ରୁତଗତିରେ ଅଟୋଟି ଯାତ୍ରୀଙ୍କୁ ନେଇ ଯାଉଛି। ଏତିକି ବେଳେ ସବୁଜ ରଙ୍ଗର ଟିସାର୍ଟ ପିନ୍ଧିଥିବା ଜଣେ ଯୁବକ ପାଣିଭର୍ତ୍ତି ବେଲୁନ ଅଟୋ ଉପରକୁ ପିଙ୍ଗି ଦେଉଛନ୍ତି। ହଠାତ ଯୁବକଙ୍କ ଏଭଳି କାମରେ ଅଟୋ ଚାଳକ ଭୟଭୀତ ହୋଇଯାଉଛନ୍ତି। ଆଉ ସେ ଅଟୋ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ। ଫଳରେ ଅଟୋଟି ରାସ୍ତାକୁ ଓଲଟି ପଡ଼ିଥିଲା।
#WATCH उत्तर प्रदेश: एक वायरल वीडियो में बागपत में तेज़ रफ़्तार से आ रहा ऑटो पानी से भरा गुब्बारा लगने से पलटता दिख रहा है। pic.twitter.com/GtGT5lQhxv
— ANI_HindiNews (@AHindinews) March 20, 2022
ଏହି ଘଟଣା ପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ରାସ୍ତାରେ ଅଟୋ ଓଲଟିବା ଦେଖି ସ୍ଥାନୀୟଲୋକ ଦୌଡ଼ି ଆସିଥିଲେ। ଅଟୋକୁ ଛିଡ଼ା କରିବା ସହିତ ସେଥିରେ ବସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ ବିଶେଷ କିଛି ଆଘାତ ଲାଗି ନାହିଁ।