ଭୁବନେଶ୍ବର: ବିଦେଶୀ ମଦ ବୋଝେଇ ଏକ ଅଟୋକୁ ଲକ୍ଷ୍ମୀସାଗର ଥାନା ପୁଲିସ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଟୋ ଡ୍ରାଇଭର ପ୍ରକାଶ ସାହୁ, ମଦ ବେପାରୀ ମିଥୁନ ସାହୁ ଓ ରାଜକିଶୋର ଜୟସିଂ। ୧୫ଟି ପେଟିରେ ଥିବା ବିଭିନ୍ନ ବ୍ରାଣ଼୍ଡର ୫୪୦ ବୋତଲ ବିଦେଶୀ ମଦ ଜବତ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଗତକାଲି ରାତିରେ ପାଟ୍ରୋଲିଂ ଚାଲୁଥିବା ବେଳେ ଏହି ଅଟୋ ଜୋରରେ ପଳାଇବାକୁ ଉଦ୍ୟମ କରିଥିଲା। ପାଟ୍ରୋଲିଂ ଗାଡ଼ି ଅଟୋକୁ ଧରି ଯାଞ୍ଚ କରିବା ପରେ ସେଥିରୁ ମଦ ମିଳିଥିଲା। ଏହି ମଦକୁ ସେମାନେ ଡୁମୁଡୁମା ରଘୁନାଥ ନଗରରୁ ଆଣିଥିବା ପୁଲିସ ଜାଣିବାକୁ ପାଇଛି। ସେଠାରେ କିଏ ଚୋରା ବେପାର କରୁଛି ତାକୁ ନେଇ ଖୋଳତାଡ଼ ଜାରି ରହିଛି।
ବିଦେଶୀ ମଦ ବୋଝେଇ ଅଟୋ ଜବତ, ୩ ଗିରଫ
/sambad/media/post_attachments/wp-content/uploads/2021/02/4dhdg4dg564jd56g4jd56g4j56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)