ଅଯୋଧ୍ୟା: ଜଣେ ମହିଳାଙ୍କୁ ବେଆଇନ ଭାବେ ଅଟକ ରଖି ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ଅଯୋଧ୍ୟାର ଏକ ମନ୍ଦିରର ପୁରୋହିତଙ୍କୁ ଗିରଫ କରିଛି। ମହିଳାଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏ ନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହି ମହିଳାଙ୍କର ଡାକ୍ତରମାଇନା କରିଛି।
ପୁଲିସ ଠାରୁ ମିଳିଥିବାେ ସୂଚନା ଅନୁଯାୟୀ, ବାରଣାରସୀରୁ ଜଣେ ୩୦ ବର୍ଷୀୟା ମହିଳା ଗତ ୨୪ ତାରିଖ ଦିନ ଅଯୋଧ୍ୟା ଆସିଥିଲେ। ସେ ଅଯୋଧଆରେ ଏକ ମନ୍ଦିରରେ ପୂଜକ ତଥା ମହନ୍ତ ଥିବା କୃଷ୍ଣକାନ୍ତାଚାର୍ଯ୍ୟଙ୍କ ଠାରୁ ଆଧ୍ୟାତ୍ମିକ ଜ୍ଞାନ ଓ ପ୍ରବଚନ ଶୁଣିବା ପାଇଁ ବାଣଣାସୀରୁ ଅଯୋଧ୍ୟା ଆସିଥିଲେ।
ଅଯୋଧ୍ୟା ପୁଲିସ ସର୍କଲ ଇନ୍ସପେକ୍ଟର ଏ କେ ସାଭଙ୍କ ଠାରୁ ପ୍ରକାଶ ଯେ, ଶ୍ରୀ କାନ୍ତାଚାର୍ଯ୍ୟ ମହିଳାଙ୍କୁ ଦେଖିବା ପରେ ତାଙ୍କୁ ମନ୍ଦିର ପରିସରରେ ରହିବାକୁ କହିଥିଲେ। ମହିଳାଜଣକ ମନ୍ଦିରେ ରହିବା ପରେ ମହନ୍ତ କାନ୍ତାଚାର୍ଯ୍ୟ ତାଙ୍କୁ ସେଠାରେ ବେଆଇନ୍ଭାବେ ଅଟକ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ। ତେବେ ମହିଳାଜଣକ କୌଣସିମତେ ସୁଯୋଗ ପାଇ ଗତ ମଙ୍ଗଳବାର ଦିନ ପୁଲିସକୁ ଫୋଡ଼୍ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନାପାଇ ପୁଲିସ ସମ୍ପୃକ୍ତ ମନ୍ଦିରରେ ପହଞ୍ଚି ସେଠାରୁ ଏହି ୩୦ ବର୍ଷୀୟା ମହିଳାଙ୍କୁ ଉଦ୍ଧାର କରିଛି। ଏ ନେଇ ମହିଳାଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତାଙ୍କର ଡାକ୍ତରୀମାଇନା କରିବା ସହିତ ଅଭିଯୁକ୍ତ ମହନ୍ତ କାନ୍ତାଚାର୍ଯ୍ୟଙ୍କୁ ଗିରଫ କରିଛି ବୋଲି ଇନ୍ସପେକ୍ଟର ଶ୍ରୀ ସାଭ କହିଛନ୍ତି।
ମନ୍ଦିରରେ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ, ଅଯୋଧ୍ୟାର ଏକ ମନ୍ଦିରର ମହନ୍ତ ଗିରଫ
/sambad/media/post_attachments/wp-content/uploads/2019/01/Woman-Raped-in-Temple_Thumbnail.jpg)