ଜୀବନ ହାରିବାର ୮ଘଣ୍ଟା ପୂର୍ବରୁ ଫେସବୁକରେ ଯୁବତୀଙ୍କ ଫଟୋ ସେୟାର କରି ଛାତ୍ର ଲେଖିଥିଲେ, ‘ଇଏ ମୋ ମୃତ୍ୟୁ ପାଇଁ ଦାୟୀ’

ନୂଆଦିଲ୍ଲୀ: କୌଶାମ୍ବି ଜିଲ୍ଲାରେ ପ୍ରେମିକର ସ୍ବଭାବରେ ବିରକ୍ତ ‌ହୋଇ ଜଣେ ଫାର୍ମା ଛାତ୍ର ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଉକ୍ତ ଛାତ୍ରଙ୍କ ମୃତଦେହକୁ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ସହିତ ସୁଇସାଇଡ ନୋଟ ମଧ୍ୟ ପୁଲିସ ଜବତ କରିଛି।

ଏଥିସହିତ ଛାତ୍ର ଜଣକ ଜୀବନ ହାରିବା ପୂର୍ବରୁ ଫେସବୁକରେ ଜଣେ ଯୁବତୀଙ୍କ ଫଟୋ ସେୟାର କରିଥିଲେ। ଆଉ ଉକ୍ତ ଯୁବତୀ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ସମସ୍ତଙ୍କୁ ଜଣାଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କ ମୃତ‌ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଏହି ଘଟଣା ମୋହବ୍ବତପୁର ପଇସା ଥାନା ଅଧୀନସ୍ଥ କେମା ଗ୍ରାମରେ ଘଟିଥିବା କୁହାଯାଉଛି। ଗ୍ରାମରେ ରହୁଥିବା ଛୋଟେଲାଲ ଯାଦବ ପେସାରେ ଜଣେ ଚାଷୀ। ଛୋଟେଲାଲଙ୍କ ସନ୍ତାନ କହିଲେ ୨ ପୁଅ ଓ ଜଣେ ଝିଅ । ବଡ଼ ପୁଅ ଦିଲ୍ଲୀରେ ଏକ ଘ‌ରୋଇ କମ୍ପାନି‌ରେ ଚାକିରି କରୁଥିବା ବ‌େଳେ ଝିଅଙ୍କ ଏକବର୍ଷ ପୂର୍ବେ ବିବାହ ହୋଇଯାଇଥିଲା।

ସାନ ପୁଅ ରାହୁଲ ଯାଦବ (୨୨) ବି.ଫାର୍ମା ଫାଇନାଲ ‌ସେମିଷ୍ଟାର ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ଏହି କ୍ରମରେ ରାହୁଲ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। କିନ୍ତୁ  ସେମାନେ ଚୁପ ରହିଥିଲେ।

ଶନିବାର ସକାଳେ ରାହୁଲଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ପରିବାରଲୋକ ପାଇବା ପରେ ସେମାନଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଥିଲା। ତେ‌ବେ ମୃତ୍ୟୁ ପୂର୍ବରୁ ରାହୁଲ ଫେସବୁକରେ ଜଣେ ଯୁବତୀଙ୍କ ଫଟୋ ସେୟାର କରିଥିଲେ। ଯାହାଙ୍କୁ ସେ ତାଙ୍କର ମୃତ୍ୟୁ ପାଇଁ ଦାୟୀ ବୋଲି ସୂଚିତ କରିବା ସହିତ ସୁଇସାଇଡ ନୋଟ ବି ଲେଖିଥିଲେ। ଯାହାକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର