ଜୈସାଲମର: ମାଆର ପେଟ ବିନ୍ଧିିବା ସହିତ ମୁଣ୍ଡ ମଧ୍ୟ ପ୍ରବଳ ଜୋରରେ ବିନ୍ଧୁଥିଲା। ଗୁଣି ଗାରେଡି ଓ ମନ୍ତ୍ର ତନ୍ତ୍ର ଜରିଆରେ ରୋଗ ଭଲ କରିଦେବେ ବୋଲି କହି ଜଣେ ଭଣ୍ଡ ବାବା ଆସି ମହିଳାଙ୍କୁ କହି ତାଙ୍କ ମନରେ ବିଶ୍ୱାସ ଜନ୍ମାଇଲେ।। ଆଉ କିଛି ଦିନ ପରେ ମହିଳାଙ୍କ ଯୁବତୀ ଝିଅକୁ ସାଙ୍ଗରେ ନେଇ ବାବା ଫେରାର ହୋଇ ଯାଇଛନ୍ତି। ଏବେ ମହିଳାଙ୍କ ଚୈତନ୍ୟ ଉଦୟ ହେବା ପରେ ସେ ବାବାଙ୍କ କବଳରୁ ନିଜ ଝିଅକୁ ଉଦ୍ଧାର କରିବା ପାଇଁ ଆସି ପୁଲିସ ନିକଟରେ ଗୁହାରି କରିଛନ୍ତି। ପୁଲିସ ସମ୍ପୃକ୍ତ ଭଣ୍ଡବାବାଙ୍କୁ ଗିରଫ କରିବା ଓ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ୫ଟି ସ୍କ୍ଵାଡ ଗଠନ କରି ତନାଘନା ଚଳାଇଛି। ଏପରି ଘଟଣା ଏବେ ରାଜସ୍ଥାନର ଜୈସାଲମର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଦିନକୁ ଦିନ ଭଣ୍ଡବାବାଙ୍କ କାରନାମା ପଦାକୁ ଆସୁଛି। ବାବାମାନଙ୍କ ଯୌନ କେଳେଙ୍କାରୀ ଯୋଗୁଁ ଆଜି ସମଗ୍ର ସାଧୁସନ୍ଥ ସମାଜ ଉଦ୍ବେଗ ପ୍ରକାଶ କରୁଛନ୍ତି। ଏହା ସତ୍ତ୍ୱେ କେତେକ ଭଣ୍ଡବାବା ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଏହିପରି ଏକ ଘଟଣା ଏବେ ଘଟିଛି ଜୈସାଲମରରେ। ସେଠାରେ ନିଜର ତନ୍ତ୍ର ବିଦ୍ୟା ଦ୍ୱାର ଜଣେ ମହିଳାଙ୍କ ରୋଗ ଭଲ କରିଦେବେ ବୋଲି କହି ବାବା ମୋହନ ରାମ ଓରଫ ମୋହନ ଭଗତ ନାମକ ଜଣେ ଭଣ୍ଡ ବାବା ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ।ବାବାଙ୍କ ଘର ରାଜସ୍ଥାନର ବାର୍ମର ଜିଲ୍ଲା ଅନ୍ତର୍ଗତ ସମ୍ମୋ କୀ ଧନୀ ଗାଁରେ। ବାବା ଜଣକ ନିକଟସ୍ଥ ଗାଁର ଅଭିଯୋଗକାରୀଣି ମହିଳାଙ୍କ ପେଟ ବିନ୍ଧା ରୋଗ ଭଲ କରିଦେବା ଆଳରେ ବାରମ୍ବାର ତାଙ୍କ ଘରକୁ ଆସୁଥିଲେ। ପରେ କିଛ ଦିନ ପରେ ମହିଳାଙ୍କର ୧୭ ବର୍ଷୀୟ ଝିଅର ମଧ୍ୟ ପେଟ ବିନ୍ଧିବା ଆରମ୍ଭ କରିଥିଲା। ବାବା ଉଭୟଙ୍କୁ ତନ୍ତ୍ର ମନ୍ତ୍ର ବଳରେ ଭଲ କରିଦେବେ କହି ତାଙ୍କ ଘରେ ଅଧିକାଂଶ ଦିନ ରହି ଯାଉଥିଲେ। ତେବେ ଗତ ମେ ମାସ ୨୪ ତାରିଖ ଦିନ ବାବା ମହିଳାଙ୍କ ୧୭ ବର୍ଷୀୟା ଝିଅକୁ ସାଙ୍ଗରେ ନେଇ ପଳାଇ ଯାଇଥିିବା ମହିଳାଜଣକ ଅଭିଯୋଗ କରିଛନ୍ତି। ବାବାଙ୍କୁ ପ୍ରଥମେ ଯୁବତୀଙ୍କ ସହିତ ରାମଦେଓରା ଅଞ୍ଚଳରେ ଦେଖିବାକୁ ମିଳଥିଲା। ତା ପରଠାରୁ ବା ନିଜ ଦାଢ଼ି ଓ ବାଳ କାଟିଦେବା ସହିତ ତାଙ୍କ ପୋଷାକପତ୍ର ବଦଳାଇ ଦେଇଥିବାରୁ ତାଙ୍କୁ ଚିହ୍ନଟ କରିବା କଷ୍ଟ ହେଉଛି ଓ ସେ ସମ୍ଭବତଃ ଯୁବତୀଙ୍କ ସହିତ ହରିଦ୍ୱାର ପଳାଇ ଯାଇଛନ୍ତି ବୋଲି ବାର୍ମର ଏସ୍ପି ଗଗନଦୀପ ସିଙ୍ଗଲା କହିଛନ୍ତି।
ମାଆର ରୋଗ ଭଲ କରିଦେବା ଆଳରେ ଭଣ୍ଡବାବା ଝିଅକୁ ଧରି ଫେରାର
/sambad/media/post_attachments/wp-content/uploads/2018/07/Bhanda-Baba_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)