ଗୋରଖପୁର: ଗୋରଖପୁରରେ ଥିବା ଏକ ଆଶ୍ରମରୁ ଜଣେ ମହିଳା ଖସି ଆସି ନୂଆଦିଲ୍ଲୀରେ ଥିବା ମହିଳା କମିଶନଙ୍କ ପାଖରେ ଗୁହାରି ଜଣାଇଛନ୍ତି। ଉକ୍ତ ମହିଳାଙ୍କର ଅଭିଯୋଗ ହେଲା ଯେ ଅମିତ ବାବା ମଜାରବାଲା ତାଙ୍କୁ ଗତ ୨ ବର୍ଷ ଧରିବନ୍ଦୀ କରି ଦୁଷ୍କର୍ମ କରୁଥିଲେ ।
ଗୋରଖପୁର ନିକଟବର୍ତ୍ତୀ ପରମେଶ୍ୱରପୁରରେ ଏକ ଆଶ୍ରମ ରହିଛି । ସେହି ଆଶ୍ରମରେ ଦୁଇ ବର୍ଷ ଯାଏଁ ଉକ୍ତ ମହିଳାଙ୍କୁ ବାବାଜଣଙ୍କ ବନ୍ଦୀ କରି ରଖିଥିଲେ। ସେହି ଆଶ୍ରମରେ କାମ କରୁଥିବା ଜଣେ ସେବକଙ୍କର ସହାୟତାରେ ବହୁ କଷ୍ଟରେ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ ପୀଡ଼ିତା।
ମହିଳାଙ୍କ ଅନୁଯାୟୀ ଦୁଇ ବର୍ଷ ତଳେ ସେ ଏକ କାରାଖାନାରେ କାମ କରୁଥିଲେ। ଥରେ ରୋଗଗ୍ରସ୍ତ ହୋଇ ସେ ଜଣେ ମହିଳାଙ୍କ ସହାୟତାରେ ଅମିତ ବାବାଙ୍କ ପାଖକୁ ଯାଇଥିଲେ। ବାବା ତାଙ୍କୁ ଔଷଧ ଦେଲେ। ତା’ପରେ ତାଙ୍କର ମୁଣ୍ଡ ବୁଲେଇଲା।ତା’ପର ଦିନ ବାବା ପୀଡ଼ିତାଙ୍କୁ ଫୋନ୍ ଯୋଗେ ଡାକି ଆଣିଥିଲେ ଆଶ୍ରମକୁ। ତା’ପରେ ବାବା ତାଙ୍କୁ ବନ୍ଦୀ କରି ରଖିଥିଲେ ଓ ନିୟମିତ ଭାବେ ଦୁଷ୍କର୍ମ କରୁଥିଲେ ।
ମହିଳା କମିଶନଙ୍କ ହସ୍ତକ୍ଷେପ ଫଳରେ ଦିଲ୍ଲୀ ପୁଲିସ୍ ଆଇପିସି ଧାରା ୩୭୬,୩୨୩,୩୪୨,୩୨୮ ଓ ୫୦୬ ଓ ୧୨୦ ବି ଅନୁଯାୟୀ ଦିଲ୍ଲୀରେ ଜିରୋ ଏଫ୍ଆଇଆର୍ ରୁଜୁ କରିଛି।
/sambad/media/post_attachments/wp-content/uploads/2018/11/rape-1-300x225.jpg)
ଦିଲ୍ଲୀ ପୁଲିସ ମହିଳାଙ୍କୁ ସୁରକ୍ଷା ଦେବାକୁ ମହିଳା କମିଶନ୍ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Woman-was-Raped-for-2-Years-by-Baba_Thumbnail-1.jpg)