ନୂଆଦିଲ୍ଲୀ: ବିଜେପି ନେତା ବବର ସିଂହ ରଘୁବଂଶୀଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନିକଟରେ ଜଣେ ମହିଳା ନୃତ୍ୟଶିଳ୍ପୀଙ୍କ ସହିତ ବବର ସିଂହ ରଘୁବଂଶୀ ଅଶ୍ଳୀଳ କାର୍ଯ୍ୟ କରୁଥିବା ସମୟରେ କ୍ୟାମେରାରେ ଧରାପଡ଼ିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ରଘୁବଂଶୀଙ୍କୁ ଦଳରୁ ତଡ଼ି ଦିଆଯାଇଛି।
ବହିଷ୍କାର ହେବାପରେ ବବର ସିଂହ ରଘୁବଂଶୀ ସଫେଇ ଦେଇ କହିଛନ୍ତି, ମୋତେ ନେଇ ଭାଇରାଲ ହେଉଥିବା ଭିଡିଓଟି ନକଲି। ଏଥିରେ ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଉଛି। ଏହି ଷଡ଼ଯନ୍ତ୍ରରେ ବିଜେପିର ଚର୍ଚ୍ଚିତ ନେତା କେତକୀ ସିଂହ ଏବଂ ତାଙ୍କ ସ୍ୱାମୀ ସାମିଲ ଅଛନ୍ତି। ଦୁହେଁ ମୋ ବିରୋଧରେ ଷଡ଼ଯନ୍ତ୍ର କରି ମୋତେ ଫସାଇ ଦେଇଛନ୍ତି।
ଦୁର୍ଗିପୁରର ଗ୍ରାମ ମୁଖିଆଙ୍କ ବିବାହ ଶୋଭାଯାତ୍ରା ବିହାର ଯାଇଥିଲା । ବିଧାୟକ କେତକୀ ସିଂହଙ୍କ ପରିବାର ଏବଂ ତାଙ୍କ ଲୋକମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେମାନେ ଯୋଜନାବଦ୍ଧ ଭାବେ ମୋର ଭିଡିଓକୁ ଭୁଲ ଉପାୟରେ ତିଆରି କରିଛନ୍ତି।’
ଗତବୁଧବାର ଦିନ ବବର ସିଂହଙ୍କ ଅଶ୍ଳୀଳ କାମ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ବିଜେପିରେ ହଇଚଇ ସୃଷ୍ଟି ହୋଇଥିଲା। ବାଲିଆ ବିଜେପି ଜିଲ୍ଲା ସଭାପତି ସଞ୍ଜୟ ମିଶ୍ର ଏହି ଘଟଣାକୁ ନେଇ କହିଛନ୍ତି ‘ ଦଳ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି ଏବଂ ଖୁବ୍ ଶୀଘ୍ର ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମଗ୍ର ଘଟଣା ବିଷୟରେ ଦଳର ବରିଷ୍ଠ ନେତାମାନଙ୍କୁ ବି ଅବଗତ କରାଇ ଦିଆଯାଇଛି।