ମରିଗଲା କି ମାନବିକତା! ଅଧାରାସ୍ତାରେ ମା’ ଓ ତିନିଦିନର ନବଜାତକୁ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଲେ ଚାଳକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୱାସିମ ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଏକ ଆମ୍ବୁଲାନ୍ସରୁ ନବଜାତକୁ ନେଇ ତାର ମା’ ଓ ପରିବାର ଲୋକ ଓହ୍ଲାଉଛନ୍ତି।

ଭାଇରାଲ ହେବାପରେ ଏହି ଭିଡିଓଟି କେଉଁଠିକାର ସେନେଇ ଯାଞ୍ଚ ହୋଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା କି ଭିଡିଓଟି ଅକ୍ଟୋବର ୨୬ରେ ରେକର୍ଡ ହୋଇଥିବା ବେଳେ ୱାସିମ ଜିଲ୍ଲା ରିସୋଡ ସହରର କିଛି କିଲୋମିଟର ଦୂର ଗଣେଶପୁର ଗ୍ରାମର ଦୃଶ୍ୟ ଥିଲା।

ପଚରାଉଚରା ପରେ ଜଣାପଡ଼ିଛି କି, ସନ୍ଦୀପ ସାୱନ୍ତ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ଡେଲିଭରି ଅକ୍ଟୋବର ୨୪ ତାରିଖରେ ହୋଇଥିଲା। ହସ୍ପିଟାଲର ମା’ ଓ ଶିଶୁକୁ ଅକ୍ଟୋବର ୨୬ରେ ଡିସଚାର୍ଜ ‌କରି ଦେଇଥିଲା। ଡିସଚାର୍ଜ ‌ହେବାପରେ ଘରକୁ ପଠାଇବା ପାଇଁ ସରକାରୀ ହସ୍ପିଟାଲରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ୧୦୨କୁ ଡକାଯାଇଥିଲା।

କିଛିବାଟ ଆଣିବା ପରେ ଗଣେଶପୁର ଗ୍ରାମରୁ ତିନିକିଲୋମିଟର ଦୂରରୁ ଆମ୍ବୁଲାନ୍ସ ଚାଳକ କହିଥିଲେ କି ରାସ୍ତା ଖରାପ ଅଛି। ତେଣୁ ସେ ଆଗକୁ ଯାଇ ପାରିବେ ନାହିଁ। ତେଣୁ ସେ ନବଜାତ ଶିଶୁ ତାର ମା’ ଓ ପରିବାର ଲୋକଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥି‌ଲେ। ଏହି ଘଟଣାର ତଦନ୍ତ ହେବା ପରେ ଉକ୍ତ ଆମ୍ବୁଲାନ୍ସ ଚାଳକଙ୍କୁ ଚାକିରିରୁ ନିଲମ୍ବନ କରି ଦିଆଯାଇଛି।

ସମ୍ବନ୍ଧିତ ଖବର