ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଲୁଟି ଜେଲ ଗଲେ ଯୁବକ

ଧଉଳି: ଏକ ବିବାହ ଭୋଜିରୁ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ରୁ ୧୨ ହଜାର ଟଙ୍କା ଲୁଟ୍‌ ମାମଲାରେ ଜଣେ ଯୁବକକୁ ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ବାଲିପିଣ୍ଡସାହିର ରମେଶ ବିଶୋୟୀ(୩୦)। ସେ ଏଠାରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରୁହେ। ଏ ସଂପର୍କରେ ଗଙ୍ଗୋତ୍ରୀନଗରରେ ରହୁଥିବା ଶକ୍ତିଦତ୍ତ ମିଶ୍ର ନାମକ ଜଣେ ବ୍ୟକ୍ତି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶକ୍ତିଦତ୍ତଙ୍କ ଅଭିଯୋଗ ଆଧାରରେ କେସ ନଂ ୬୦/୧୮ରେ ଏକ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଚଳାଇଥିଲା। ଲୁଟ ଘଟଣାର ୪ ମାସ ପରେ ପୁଲିସ ଆଜି ରମେଶକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜାମିନ ନାମଂଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର