ମୋଦି ମୋର ୧୫ଲକ୍ଷ ଟଙ୍କା ଦେଇ ନାହାନ୍ତି ବୋଲି ଅଭିଯୋଗ ଆଣି ବ୍ୟାଙ୍କ ଜାଳି ଦେବା ପାଇଁ ପେଟ୍ରୋଲ ଧରି ପହଞ୍ଚିଥିଲା ଏହି ଯୁବକ

ବହରାଇଚ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଠକିଛନ୍ତି, ସେ ମୋର ୧୫ଲକ୍ଷ ଟଙ୍କା ଦେଇ ନାହାନ୍ତି ବୋଲି ଜଣେ ଯୁବକ ଶୁକ୍ରବାର ଅଭିଯୋଗ ଆଣି ଆହ୍ଲାବାଦ ବ୍ୟାଙ୍କ ଜଳି ଦେବେ ବୋଲି ଧମକ ଦେଇଥିଲା। ଏତିକି କହିବା ସାରିବା ପରେ ଉକ୍ତ ଯୁବକ ହାତରେ ଧରିଥିବା ପେଟ୍ରୋଲ ଫିଙ୍ଗିବା ଆରମ୍ଭ କରି ଦେଇଥିଲା। ଏହି ଘଟଣା ସମ୍ପର୍କରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ କାବୁ କରି ଥାନାକୁ ନେଇ ଯାଇଥିଲା। ଏହି ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରାଯାଇଛି।

ସୂଚନାଯୋଗ୍ୟ, ଜରବଲରୋଡ ଥାନା ଅନ୍ତର୍ଗତ ଧନରାଜପୁର ଗ୍ରାମରେ ବସବାସ କରୁଥିବା ମୋଜିଲାଲଙ୍କ ପୁତ୍ର ରାମବାଳକ ଶୁକ୍ରବାର ସକାଳ ୧୦ଟା ସମୟରେ ହାତରେ ପାଞ୍ଚ ଲିଟର ପେଟ୍ରୋଲ ବୋତଲ ଧରି ଆହ୍ଲାବାଦ ବ୍ୟାଙ୍କ ଜରବଲ ଶାଖାରେ ପହଞ୍ଚିଥିଲା। ବ୍ୟାଙ୍କରୁ ସମସ୍ତଙ୍କୁ ବାହାରିବାକୁ କହିଥିଲା । ଯଦି ଭଲରେ ଭଲରେ କେହି ନବାହାରନ୍ତି ତେବେ ପେଟ୍ରୋଲ ଢ଼ାଳି ସମସ୍ତଙ୍କୁ ଜାଳି ଦେବ ବୋଲି ବି ଧମକ ଦେଇଥିଲା। ଏହାପରେ ରାମବାଳକକୁ ବ୍ୟାଙ୍କ ସହାୟକ ପ୍ରବନ୍ଧକ ନିତିନ କୁମାର କନୋଜିୟା ବ୍ୟାଙ୍କରୁ ବାହାର କରି ଦେଇଥିଲେ।

ପ୍ରବନ୍ଧକ ଯେତେବେଳେ ରାମବାଳକୁ ଏପରି କରିବା ପଛର କାରଣ ପଚାରିଥିଲେ ଯୁବକ କହିଥିଲା କି, ମୋଦି ମୋତେ ୧୫ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏଯାବତ୍‌ ଟଙ୍କାଟିଏ ବି ମିଳି ନାହିଁ। ତାଙ୍କରି ଭରଷାରେ ପ୍ରତି ସପ୍ତାହରେ ମୁଁ ମୋର ଜମାଖାତା ଦେଖୁଛି।

ସମ୍ବନ୍ଧିତ ଖବର