ପ୍ରେମୀ ଯୁଗଳଙ୍କୁ ପାର୍କରୁ ଧରି ଜବରଦସ୍ତ ବିବାହ କରାଇଲେ ବଜରଙ୍ଗ ଦଳ କର୍ମୀ

ହାଇଦ୍ରାବାଦ୍‌: ହାଇଦ୍ରାବାଦରେ ବଜରଙ୍ଗ ଦଳ ଆଜି ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ପ୍ରେମୀ ଯୁଗଳଙ୍କୁ ଧରି ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରିଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଏହି ଘଟଣାଟି ହାଇଦ୍ରାବାଦର କାଣ୍ଡଲୋକ୍ୟ ଅକ୍ସିଜେନ୍‌ ପାର୍କରେ ଘଟିଛି। ଭାଲେଣ୍ଟାଇନ୍ସ ଡେ’ ଅବସରରେ ଅନ୍ତରଙ୍ଗ ସମୟ ବିତାଉ ଥିବା ବଜରଙ୍ଗ ଦଳ ପ୍ରେମୀ ଯୁଗଳଙ୍କୁ ଧରିବା ସହ ସେ ସମୟର ଏକ ଭିଡିଓ ବି ସୁଟ୍‌ କରିଛନ୍ତି। ଭିଡିଓ ସୁଟ୍‌ କରିବା ପରେ ତାହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସେମାନେ ପାର୍କରେ ପ୍ରେମୀ ଯୁଗଳଙ୍କୁ ଧମକେଇବାରେ ଲାଗିଛନ୍ତି। ଆହୁରି ବି ଦେଖିବାକୁ ମିଳିଛି ଯେ ବଜରଙ୍ଗ ଦଳ କର୍ମୀମାନେ ଯୁବକ ଜଣକୁ ତାଙ୍କ ପ୍ରେମିକା ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ପାଇଁ ବାଧ୍ୟ କରୁଛନ୍ତି। ସେମାନେ ଆହୁରି ବି ଦାବି କରିଛନ୍ତି ଯେ ଭାଲେଣ୍ଟାଇନ୍ସ ଡେ’ ପାଳନ ହିନ୍ଦୁ ସଂସ୍କୃତି ବିରୋଧୀ ।ବଜରଙ୍ଗ ଦଳ ଏହାର ତୀବ୍ର ବିରୋଧ କରୁଛି ି। ବିବାହ ସଂପନ୍ନ ହେବା ପରେ ବଜରଙ୍ଗ ଦଳ କର୍ମୀମାନେ ଏପରି କହୁଥିବାର ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର