ଭୁବନେଶ୍ବର: ନିଆଁ.. ନିଆଁ.. ନିଆଁ.. ନିଆଁ ଆଁରେ ନାରୀ.. କେଉଁଠି ନିଜେ ଜଳୁଛି ତ ପୁଣି କେଉଁଠି ତାକୁ ଜାଳି ଦିଆଯାଉଛି । ଏଇତ ଗତ ଶନିବାର ଦିନ ବାଲେଶ୍ବରରେ ଆତ୍ମାହୁତି ଦେଇଥିଲେ ଛାତ୍ରୀ । ନ୍ୟାୟ ମାଗି ମାଗି ନିରାଶ ହେବା ପରେ ନିଜ ଦେହରେ ପେଟ୍ରୋଲ ଢାଳି କଲେଜ କ୍ୟାମ୍ପସରେ ନିଜକୁ ଜାଳି ଦେଇଥିଲେ । ୯୫ ପ୍ରତିଶତ ମରିଯାଇଥିବା ଏବଂ ୫ ପ୍ରତିଶତ ଜୀବିତ ଥିବା ଜଣେ ଝିଅକୁ ଏମ୍ସ ଅଣାଯାଇଥିଲେ ବି ସେଠାରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲା.. ଆଉ ସେହି ଛାତିଥରା ଘଟଣାକୁ ଆଜି ସପ୍ତାହେ ପୂରିଥିବା ବେଳେ ପୁଣି ଏକ ଲୋମଟାଙ୍କୁରା ଘଟଣା ଆସିଛି ନିମାପଡା ବଳଙ୍ଗାରୁ.. ଯେଉଁଠି ଜଣେ ନାବାଳିକାକୁ ଜାଳିଦିଆଯାଇଛି । ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ ପକାଇ ନାବାଳିକାଙ୍କୁ ଜାଳି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇ ବର୍ଣ୍ଣ ୟୁନିଟରେ ଚିକିତ୍ସା କରାଯାଉଛି ।
ପ୍ରାୟ ୧୫ ବର୍ଷର ନାବାଳିକା ଜଣଙ୍କୁ ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳିଦେବାରୁ ତାଙ୍କ ଦେହର ୭୦ ପ୍ରତିଶତ ପୋଡିଯାଇଛି । ଗୁରୁତର ନାବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ସେପଟେ ନାବାଳିକା ଜଣଙ୍କ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ ବୋଲି ସୂଚନା ମିଳିଛି । ନାବାଳିକାଙ୍କ ପରିବାରକୁ ପ୍ରଶାସନର ସାହାଯ୍ୟ ମିଳିଛି । ପୁରୀ ଉପ ଜିଲ୍ଲାପାଳ ୩୦ ହଜାର ଟଙ୍କାର ଚେକ ଦେବା ସହ ନିମାପଡା ବିଡ଼ିଓ ୧୫ ହଜାର ଟଙ୍କା ସହାୟତା କରିବା ସହ ପରିବାରକୁ ଭେଟିଛନ୍ତି ।
ସେପଟେ ବଳଙ୍ଗା ଘଟଣା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏକ୍ସରେ ପୋଷ୍ଟ କରି ଉପମୁଖ୍ୟମନ୍ତ୍ରୀ ଲେଖିଛନ୍ତି-
ବଳଙ୍ଗା ଅଂଚଳ ରେ କିଛି ଦୁର୍ବୁତ୍ତ ଏକ ପନ୍ଦର ବର୍ଷୀୟା ଝିଅ କୁ ରାସ୍ତା ରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ। ଝିଅ କୁ ଭୁବନେଶ୍ୱର ସ୍ଥିତ AIIMS ହସ୍ପିଟାଲ କୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଛି ଓ ତାହାର ଚିକିତ୍ସା ର ସମସ୍ତ ବ୍ୟବସ୍ଥା କରାଯାଉଛି। ଚିକିତ୍ସା ର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ।…
— Pravati Parida (@PravatiPOdisha) July 19, 2025
ଅନ୍ୟପଟେ ବାଲେଶ୍ବର ଘଟଣା ପରେ ପୁଣି ଏକ ନାରୀ ନିର୍ଯାତନାର ଖବର ରାଜ୍ୟରେ ସୃଷ୍ଟି ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି- ପ୍ରତିଦିନ ମହିଳା ନିର୍ଯାତନାର ଖବର ଆସୁଛି । ଏହା କେବଳ ହିଂସା ନୁହେଁ ବରଂ ହୁଗୁଳା ଶାସନ ବ୍ୟବସ୍ଥାକୁ ଦର୍ଶାଉଛି । ଏ ସରକାରରେ ଅପରାଧୀମାନେ ଦଣ୍ଡକୁ ଭୟ କରୁ ନାହାନ୍ତି । ସରକାରୀ ନିଷ୍କ୍ରିୟତା ପାଇଁ ଓଡ଼ିଶାରେ ନାରୀ ଅସୁରକ୍ଷିତ । କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି କେବେ କାର୍ଯ୍ଯାନୁଷ୍ଠାନ ନେବେ ସରକାର ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
Deeply anguished to know that a young girl was set on fire in Balanga area of Puri District. This attempt to kill her happened in broad daylight. I strongly condemn this horrible act.
— Naveen Patnaik (@Naveen_Odisha) July 19, 2025
It has happened just within a week of the terrible incident of a young girl setting herself…
ବିଜେଡି ଏବଂ କଂଗ୍ରେସ ବଳଙ୍ଗା ଘଟଣାକୁ ନିନ୍ଦା କରିବା ସହ ବିଜେଡି ମହିଳା କମିଶନ ଅଫିସ ସାମ୍ନାରେ ଆନ୍ଦୋଳନ କରିଛି । ବିଜେଡିର ମହିଳା ନେତ୍ରୀ ଧାରଣା ଦେଇଥିବା ବେଳେ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମହିଳା ବିଜେପି ସରକାରରେ ସୁରକ୍ଷିତ ନୁହେଁ ବୋଲି ସିଧା ସିଧା କହି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଟାର୍ଗେଟ୍ କରିଛନ୍ତି ଇପ୍ସିତା । କାରଣ ପ୍ରଭାତୀଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଘଟଣା ଘଟିଛି ।
#WATCH | Bhubaneswar, Odisha: BJD leader Ipsita Sahoo says, "Even today, a girl was set on fire in the constituency of Deputy CM Pravati Parida. Three men set her ablaze in broad daylight. Imagine the condition in Odisha today...The law and order in Odisha is really bad for… pic.twitter.com/XuzJdYTAVT
— ANI (@ANI) July 19, 2025
ତେବେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏପରି ଘଟଣା ଘଟିବାର ଲାଗିଥିବା ବେଳେ ସରକାରଙ୍କ ପ୍ରଶ୍ନ କରିଛନ୍ତି ବିଧାୟିକା ସୋଫିଆ ଫିରଦୋସ୍ । ଡବଲ ଇଞ୍ଜିନ ସରକାର ଆଳରେ ଯେଉଁ ବିକାଶ କଥା ଆପଣ କହି ବୁଲୁଛନ୍ତି ତାହା ବିକାଶ ନା ବିନାଶ ? ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ ।
ବଳଙ୍ଗା ଅଂଚଳରେ କିଛି ଦୁର୍ବୁତ୍ତ ଏକ ପନ୍ଦର ବର୍ଷୀୟା ଝିଅକୁ ରାସ୍ତାରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଖବର ଶୁଣି ମୁଁ ସ୍ତବ୍ଧ। ଆଶୁ ଆରୋଗ୍ୟ କାମନା କରି କିପରି ତାଙ୍କୁ ନ୍ୟାୟ ମିଳିପାରିବ ସେ ନେଇ ଈଶ୍ୱରଙ୍କ ପାଖରେ କାମନା କରୁଛି। ତେବେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏପରି ଘଟଣା ଘଟିବାର ଲାଗିଛି ଏବଂ ସରକାର ଏହାକୁ ଅଣଦେଖା କରିବାରେ…
— Sofia Firdous (@sofiafirdous1) July 19, 2025
ଖାଲି ସୋଫିଆ ନୁହେଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ମଧ୍ୟ ଓଡିଶାର କୁଶାସନକୁ ଟାର୍ଗେଟ୍ କରି ଟ୍ବିଟ୍ କରିଛନ୍ତି
पिपली में बारहवीं की छात्रा पर पेट्रोल डालकर जलाने का प्रयास किया गया। स्थानीय लोगों ने उसे बचाया, नाबालिग बच्ची को एम्स रेफर किया गया है। बार - बार बेटियों पर ऐसी घटनाओं को पुनरावृत्ति ओडिशा के कुशासन की तस्वीर बयां करती है। कब जागेगी यह सरकार? @MohanMOdishapic.twitter.com/FoKNfM0xxb
— Ajay Kumar Lallu (@AjayLalluINC) July 19, 2025