ବାଲିଆ: ବାଲିଆର ବାନ୍ସଡିହ ପୁଲିସ୍ ଷ୍ଟେସନ ଅଞ୍ଚଳର ଦେବଡିହ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନିଜ ପତ୍ନୀ ଏବଂ ଦୁଇ ନିରୀହ ପିଲାଙ୍କୁ ନିର୍ମମ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି। ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏସପି ଏସ ଆନନ୍ଦ କହିଛନ୍ତି ଯେ ନାଗରା ପୁଲିସ ଷ୍ଟେସନର ବାସିନ୍ଦା ଅଙ୍କିତ ରାମ ରବିବାର ରାତି ପ୍ରାୟ ୧୦.୩୦ ସମୟରେ ତାଙ୍କ ମୃତ ଭିଣୋଇଙ୍କ ସଂପର୍କରେ ପୁଲିସ୍କୁ ଫୋନ୍ କରି କହିଥିଲେ। ସେ କହିଥିଲେ ଯେ ତାଙ୍କ ଭିଣୋଇ ନିଜ ପତ୍ନୀଙ୍କ ସହ ଝଗଡ଼ା କରୁଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଘରଟି ଖାଲି ପଡ଼ିଥିଲା। ଚାରିଆଡ଼େ ଅନୁସନ୍ଧାନ କରିବା ପରେ ଶ୍ରାବଣ ରାମଙ୍କ ମୃତଦେହ ଘର ସାମ୍ନାରେ ଥିବା ବଗିଚାର ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ନିକଟରେ ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ମୃତଦେହ ପଡ଼ିଥିଲା।
ଶ୍ରାବଣଙ୍କ ପତ୍ନୀ ଶଶିକଲା (୩୫), ବଡ ପୁଅ ସୂର୍ଯ୍ୟ (୭) ଏବଂ ୫-୬ ମାସର ଏକ ସନ୍ତାନଙ୍କ ମୃତଦେହ ମିଳିଛି। ଏସପି ଏସଂପର୍କରେ କହିଛନ୍ତି ଯେ ଏହା ଏକ ଆତ୍ମହତ୍ୟା ମାମଲା। ମୃତ ଶ୍ରାବଣଙ୍କ ଭାଇ କହିଛନ୍ତି ଯେ ସବୁବେଳେ ପାରିବାରିକ କଳହ ପତି-ପତ୍ନୀଙ୍କ ମଧ୍ୟରେ ଲାଗି ରହୁଥିଲା। ତେବେ ମିଳିଥିବା ସୁଇସାଇଡ୍ ନୋଟ୍ରେ ବି ଉଲ୍ଲେଖ କରଯାଇଥିଲା ଯେ ‘‘ଆମର ପାରସ୍ପରିକ କଳହ ହେତୁ ଆମେ ଏପରି ପଦକ୍ଷେପ ନଉଛୁ। ମୋର ପରିବାରର କୌଣସି ସଦସ୍ୟଙ୍କୁ ହଇରାଣ କରାଯିବା ଉଚିତ୍ ନୁହେଁ।’’
ରବିବାର ବିଳମ୍ବିତ ରାତିରେ ବାନ୍ସଡିହ ଅଞ୍ଚଳର ଦେବଡିହ ଗ୍ରାମରେ ସମାନ ପରିବାରର ଚାରି ଜଣଙ୍କ ମୃତ୍ୟୁ ହେତୁ ଗାଁରେ ରନ୍ଧାବଢ଼ା ବନ୍ଦ ହୋଇଯାଇଛି। ମୃତ ଶ୍ରାବଣ ରାମଙ୍କ ଶାଶୁଙ୍କଠାରୁ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।