ବନାସକଣ୍ଠା: ଗୁଜୁରାଟର ବନାସକଣ୍ଠାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ଏବଂ କାକା ମିଶି ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝିଅଟି ଲିଭ-ଇନ ସମ୍ପର୍କରେ ରହୁଥିବାର ନିଜ ଘରର ସମ୍ମାନ ବଞ୍ଚ‌ାଇବା ପାଇଁ ‌ସେମାନେ ଏପରି କରିଥିବା ଜଣାପଡ଼ିଛି। ଏହି ମାମଲା ଥରାଦ ତହସିଲ୍‌ର। ଏହି ଅଞ୍ଚଳରେ ଗତ ଫେବ୍ରୁଆରି ମାସରେ ଚନ୍ଦ୍ରିକା ଏବଂ ହରେଶ ପରସ୍ପରଙ୍କୁ ଭେଟିଲେ। ଦୁହିଁଙ୍କ ଭିତରେ ଭଲପାଇବା ହୋଇଗଲା। 

Advertisment

ମ‌େ ମାସରେ ଚନ୍ଦ୍ରିକା ଯେତେବେଳେ ତାଙ୍କ ଘରକୁ ଗଲେ ତ ପରିବାର ଲୋକ ତାଙ୍କୁ ଆଉ ଛାଡ଼ିଲେ ନାହିଁ। ତାଙ୍କ ବିବାହ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ। ତେବେ ଚନ୍ଦ୍ରିକା ଏହି କଥା ତୁରନ୍ତ ହରେସଙ୍କୁ ମେସେଜ୍‌ କରି ‌କହିଦେଲେ। ଜୁନ୍‌ ୪ ତାରିଖରେ ହରେସ ଚନ୍ଦ୍ରିକାଙ୍କୁ ଅହମ୍ମଦାବାଦ୍‌ ନେଇଗଲେ। ଦୁହେଁ ଲିଭ୍‌-ଇନ୍‌ରେ ରହିବା ପରେ କେଉଁଆଡ଼େ ବୁଲିବାକୁ ପଳାଇଲେ। 

ତା’ପରେ ଚନ୍ଦ୍ରିକାଙ୍କ ଘର ଲୋକ ଏକ ନିଖୋଜ ରିପୋର୍ଟ ଦର୍ଜ କରାଇଲେ। ଦୁଇ ଜଣ ୧୨ ଜୁନରେ ରାଜସ୍ଥାନରେ ଧରାପଡ଼ିଲେ। ଚନ୍ଦ୍ରିକାଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା ଏବଂ ପୁରୁଣା ମାମଲାରେ ହରେଶଙ୍କୁ ଜେଲକୁ ପଠାଯାଇଥିଲା। ଜୁନ୍ ୨୧ ତାରିଖରେ ଜେଲରୁ ବାହାରିବା ପରେ ହରେଶ ଚନ୍ଦ୍ରିକାଙ୍କଠାରୁ ଅନେକ ଇନଷ୍ଟାଗ୍ରାମ ମେସେଜ୍‌ ପାଇଲେ। ଯେଉଁଥିଲେ ଚନ୍ଦ୍ରିକା ତାଙ୍କୁ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ। 

ଜୁନ୍ ୨୪ ତାରିଖରେ ଚନ୍ଦ୍ରିକାଙ୍କ ମୃତ୍ୟୁ ଖବର ଆସିଥିଲା, ଯାହାକୁ ପରିବାର ଲୋକ ଆତ୍ମହତ୍ୟା ବୋଲି କହିଥିଲେ। କିନ୍ତୁ ହରେଶଙ୍କ ଅଭିଯୋଗ ଉପରେ ତଦନ୍ତରୁ ଜଣାପଡିଲା ଯେ ବାପା ଏବଂ କାକା ତାଙ୍କୁ ନିଦ ବଟିକା ଦେଇଥିଲେ। ତା’ପରେ ତାଙ୍କ ଗଳା ଚିପିବା ସହ ଫାଶୀରେ ଟଙ୍ଗାଇ ଦେଇଥିଲେ। ଝିଅର ମୃତ୍ୟୁ ପରେ ରାତାରାତି ଅନ୍ତିମ ସଂସ୍କାର ବି କରି ଦେଇଥିଲେ। ଏବେ ଉଭୟ ବାପା ଓ କକା ଗିରଫ ହୋଇ ସାରିଛନ୍ତି।