ବାଲିଅନ୍ତା ନିକଟରେବ୍ୟାଙ୍କ କର୍ମଚାରୀଙ୍କଠାରୁ ନଗଦ ୧ ଲକ୍ଷ ୭୨ ହଜାର ଲୁଟ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକଟରେ ଜଣେ ବ୍ୟାଙ୍କ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି । ବ୍ୟାଙ୍କ ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ବାଲିଅନ୍ତା ରଂଗବଜାର ନିକଟରେ ତାଙ୍କଠାରୁ ଲୁଟ ହୋଇଥିଲା । ଦୁର୍ବୁତ୍ତମାନେ ଏକ ପଲସରରେ ଆସି ତାଙ୍କୁ ଆକ୍ରମଣ କରି ପ୍ରାୟ ୧ ଲକ୍ଷ ୭୨ ହଜାର ଟଙ୍କା ଲୁଟି ନେଇଛନ୍ତି । ଲୁଟ ହୋଇଥିବା ବ୍ୟକ୍ତି ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡିଛି । ଏହି ଆକ୍ରମଣରେ ଆହତ ହୋଇ ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର