ବାଲେଶ୍ୱର: ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ୩୦ ଲକ୍ଷ ଡକାୟତି ଅଭିଯୋଗ, କଲେଜ ୟୁନିଫର୍ମରେ ଲୁଟିଲେ ୬ ଦୁର୍ବୃତ୍ତ

ବାଲେଶ୍ୱର: ବସ୍ତା ଥାନା  ଶ୍ରୀରାମପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୬ ଜଣ ଦୁର୍ବୃତ୍ତ ଯୋଜନା ମୂଳକ ଭାବେ ଗୁରୁବାର ପ୍ରାୟ ୧.୩୦ ବେଳେ ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କ କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇବା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ କଲେଜ ୟୁନିଫର୍ମରେ ଆସିଥିଲେ। ତେବେ କେତେ ଟଙ୍କା ଲୁଟି ନେଇଛନ୍ତି ତାହା ଯଦିଓ ସ୍ପଷ୍ଟ ଜଣା ପଡିନାହଇଁ, ତଥାପି ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବ୍ୟାଙ୍କରେ ଦେଢ଼ଟା ବେଳେ ଅଳ୍ପ କେତେଜଣ ଗରାଖ ଥିଲେଯ ଏତିକିବେଳେ ସମୟରେ ୬ଜଣ ଦୁର୍ବୁତ୍ତ ଦୁଇଟି  ମଟରସାଇକେଲରେ ଆସି  ବ୍ୟାଙ୍କଭିତରେ ଧସେଇ ପଶିଥିଲେ। ଏହାପରେ ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ,  ଭୁଜାଲି  ଓ  ବମର ଭୟ ଦେଖାଇ  ମାତ୍ର ୨୦ ମିନିଟ ଭିତରେ ୩୦ ଲକ୍ଷରୁ ଅଧିକ ଟଙ୍କ ଡକାୟତି କଲେ। ତେବେ ଖବର ପାଇ ବସ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଡକାୟତି ସମୟରେ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଅନୁପସ୍ଥିତ ଥିବାକୁ ନେଇ ସ୍ଥାନୀୟ  ବାସିନ୍ଦାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର