ମୁରାଦାବାଦ: ଉତ୍ତରପ୍ରଦେଶର ଜନପଦ ମୁରାଦାବାଦରେ ବ୍ୟାଙ୍କ ଅଧିକାରୀ ନିଜ ସହିତ କେତେଜଣ ପୁଲିସକୁ ନେଇ ଜଣେ ଗହଣା ବ୍ୟବସାୟୀଙ୍କ ଘରେ ପହଞ୍ଚିଥିଲେ। ଏହାପରେ ଘର କବାଟ ଭାଙ୍ଗି ତାଙ୍କ ଘରେ ପଶିଥିବା ଖବର ପ୍ରକାଶ ପାଇବା ପରେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।
ଏଭଳି ଏକ ଘଟଣା ମୁରାଦାବାଦର ଥାନା ମୁଗଲପୁରା ଅଞ୍ଚଳସ୍ଥିତ ଗୁଜୁରାଟୀ ମୋହଲ୍ଲେ ଘଟିଛି। ଯେଉଁଠାରେ ସହରର ଜଣେ ନାମୀ ଗହଣା ବ୍ୟବସାୟୀ ବସବାସ କରନ୍ତି। ଯାହାଙ୍କ ନାମ ପ୍ୟାରେଲାଲ ଓମ୍ ପ୍ରକାଶ ବୋଲି ଜଣାପଡ଼ିଛି। ଏହି ବ୍ୟବସାୟୀଙ୍କୁ ବ୍ୟାଙ୍କର ୫କୋଟି ଟଙ୍କାର ଋଣ ସୁଜିବାର ଥିଲା। ବହୁଦିନ ଧରି ଗହଣା ବ୍ୟବସାୟୀ ଏହି ଋଣ ସୁଜି ନଥିଲେ। ଯାହାକୁ ହାସଲ କରିବା ପାଇଁ ବ୍ୟାଙ୍କ ଅଧିକାରୀ ପୁଲିସ ଫୋର୍ସ ସହିତ ଗହଣା ବ୍ୟବସାୟୀ ଓମ୍ ପ୍ରକାଶ ଘରେ ପହଞ୍ଚିଥିଲେ। ଓମ୍ପ୍ରକାଶଙ୍କ ଘରେ ତାଙ୍କ ପତ୍ନୀଙ୍କ ବ୍ୟତୀତ ସେଠାରେ ଆଉ କେହି ନଥିଲେ। ବ୍ୟାଙ୍କ ଅଧିକାରୀ ମହିଳାଙ୍କୁ କବାଟ ନଖୋଲିବାକୁ କହିଥିଲେ। ମହିଳା ବ୍ୟାଙ୍କ ଅଧିକାରୀଙ୍କ କୌଣସି କଥା ନଶୁଣିବାରୁ ସେମାନେ ଶିଢ଼ି ଲାଗାଇ ଉପରକୁ ଯାଇ କବାଟ ଭାଙ୍ଗି ଦେଇଥିଲେ। ଏହାପରେ ପୁଲିସ ଟିମ୍ ଓ ବ୍ୟାଙ୍କ କର୍ମଚାରୀ ଘର ଭିତରେ ସମସ୍ତ କୋଠରୀରକୁ ସିଲ୍ କରି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/newsinhindioneindia03-1544259688.jpg)