ଦିଲ୍ଲୀରେ ମହିଳା ବ୍ୟାଙ୍କ କର୍ମୀଚାରୀ ନକଲି ପାଇପ୍‌ ମେକାନିକ୍‌ ଦ୍ୱାରା ଦୁଷ୍କର୍ମର ଶିକାର

ଦିଲ୍ଲୀ: ଗତ ଡିସେମ୍ବର ୧୯ ତାରିଖରେ ଜଣେ ୨୯ ବର୍ଷ ବର୍ଷୀୟା ବ୍ୟାଙ୍କ ମହିଳା କର୍ମଚାରୀ ନିଜ ଭଡ଼ାଘରେ ଦୁଷ୍କର୍ମର ଶିକାର ହୋଇଥିଲେ। ପରେ ଏହି ଖବର ଲୋକ ଲୋଚନକୁ ଆସିଥିଲା। ଉକ୍ତ ମହିଳା ଜଣକ ଦିଲ୍ଲୀରେ ଏକ ଭଡ଼ାଘର ନେଇ ଆଠମାସ ହେଲାଏକୁଟିଆ ରହୁଥିଲେ। ଏହା ତାଙ୍କ ଅଫିସ ତରଫରୁ ଯୋଗାଇ ଦିଆ ଯାଇଥିଲା। ତାଙ୍କୁ ମଧ୍ୟ ଘରର ଚାବି ଦିଆଯାଇ ଥିଲା। ତଳେ ଏ.ଟି.ଏମ୍‌. ଜଗୁଥିବା ସିକ୍ୟୁରିଟି ଗାର୍ଡ଼ ତାଙ୍କ ପାଇଁ ରୋଷେଇ କରି ଦେଉଥିଲେ। ଘଟଣାଦିନ ତାଙ୍କ କୋଠରୀକୁ ପାଣି ଆସୁନାହିଁ ବୋଲି ଗାର୍ଡ଼ ଜଣକ କହିବାରୁ ସେ ତଳକୁ ଯାଇଥିଲେ ଘର ମାଲିକଙ୍କୁ ଖବର ଦେବାକୁ । କିନ୍ତୁ ସେଠାରେ ମାଲିକଙ୍କ ପୁଅଙ୍କ ସହ ଦେଖା ହୋଇଥିଲା। ସେ ମରାମତି ପାଇଁ ମନା କରିଦେଲା। ତଳେ ଏକ ଜିମ୍‌ ସେଣ୍ଟର ଥିଲା। ସେଠାକାର ଜଣେ ବ୍ୟକ୍ତି ତାହା ଶୁଣି ପାରିଥିଲା।

ମହିଳା ପାଣିପାଇଁ ସାହାଯ୍ୟ କରିବାକୁ ରୋଷେଇଆ ଗାର୍ଡ଼କୁ କହିଲେ। ସେ ତଳକୁ ଯାଇ ଉକ୍ତ ବ୍ୟକ୍ତିକୁ ଡାକିଥିଲେ। ସେ ଉକ୍ତ ମହିଳାଙ୍କ ପଛେପଛେ ଯାଇ ଛାତ ଉପରେ ଏକାକୀ ପାଇ ତାଙ୍କୁ କୁଣ୍ଢାଇ ଅସଦାଚରଣ କରିଥିଲା। ସେ ପ୍ରତିବାଦ କରି ମୁକୁଳିବାକୁ ଚେଷ୍ଟା କରିବାରୁ ସେ ତାଙ୍କୁ ଟେକି ନେଇ ତାଙ୍କ ଘରେ ଦୁଷ୍କର୍ମ କରିଥିଲା। ମହିଳା ବେଡ଼୍‍ ଉପରେ ପଡ଼ିଥିବା ମୋବାଇଲ୍‌ ଟାବ୍ଲେଟ ଦ୍ୱାରା ତାର ମୁଣ୍ଡକୁ ପ୍ରହାର କରିବାରୁ ସେ ବାହାରକୁ ଚାଲି ଯାଇଥିଲା। ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ଗ୍ରହଣ କରିଛି। ତାଙ୍କର ଓକିଲ ଗଣମାଧ୍ୟମଙ୍କୁ କହିଛନ୍ତି ଯେ ସେ ଲଜ୍ଜା ଭୟରେ ଅଫିସ ଯାଇପାରୁ ନାହାନ୍ତି। କାରଣ ଏହା ପ୍ରଘଟ ହୋଇ ଯାଇଛି। କାମକରିବାକୁ ତାଙ୍କୁ ଭୟ ଓ ଲଜ୍ଜା ଲାଗୁଛି। ତାଙ୍କ ନାମରେ ଟୁପ୍‌ ଟାପ ହେଉଛନ୍ତି। ତେଣୁ ବଦନାମ ଭୟରେ ସେ ନିଜ ଅଫିସ ଠିକଣା ଓ ବ୍ୟାଙ୍କ ନାମକୁ ଗୋପନ ରଖିଛନ୍ତି।

ସମ୍ବନ୍ଧିତ ଖବର