ଛେପ ଲଗାଇ ମସାଜ କରୁଥିଲେ ସେଲୁନ କର୍ମଚାରୀ, ଗ୍ରାହକଙ୍କ ଅଭିଯୋଗ ପରେ ଉଠାଇ ନେଲା ପୁଲିସ  

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗ୍ରାହକଙ୍କୁ ଛେପ ଲଗାଇ ମସାଜ କରିବା ଘଟଣାରେ ପୁଲିସ ଜଣେ ସେଲୁନ କର୍ମଚାରୀଙ୍କୁ ଗିରଫ କରିଛି।

ଗ୍ରାହକ ଏହି ଘଟଣା ନେଇ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ସେଲୁନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ଲକ୍ଷ୍ନୌ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ଜୈଦ ବୋଲି ଜଣାପଡ଼ିଛି।

ଗ୍ରାହକ ସୁଶାନ୍ତ ଗଲ୍ଫ ସିଟି ପୁଲିସ ଷ୍ଟେସନରେ ସେଲୁନ କର୍ମଚାରୀ ଜୈଦଙ୍କ ବିରୋଧରେ ମାମଲା ରୁଜୁ କରି କହିଥିଲେ, ‘ମୁଁ ପ୍ରାୟତଃ ଜୈଦଙ୍କ ସେଲୁନକୁ ମୋର କେଶ ଦାଢ଼ି କାଟିବା ପାଇଁ ଯାଇଥାଏ। ସେଦିନ ବି ଯାଇଥିଲି। କେଶ ଓ ଦାଢ଼ି କାଟି ସାରିବା ପରେ ତାଙ୍କୁ ମସାଜ ପାଇଁ କହିଥିଲି। ଏହି ସମୟରେ ଜୈଦ ତାଙ୍କ ଛେପ ଲଗାଇ ମୋର ମସାଜ  କରୁଥିବା ସନ୍ଦେହ ହୋଇଥିଲ। ମୁଁ ତାଙ୍କୁ କିଛି ନକହି ସିସିଟିଭି ଫୁଟେଜ ଦେଖାଇବାକୁ କହିଥିଲି।

 

ଏହି ଫୁଟେଜ ଦେଖିବା ପରେ ମୋ ସନ୍ଦେହ ସତ ପ୍ରମାଣିତ ହୋଇଥିଲା। ଏହାପରେ ମୁଁ ପୁଲିସରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିଛି।’

ସମ୍ବନ୍ଧିତ ଖବର