ଲକ୍ଷ୍ମୌ: ଉତ୍ତରପ୍ରଦେଶର ବରେଲିରେ ଜଣେ ବ୍ୟକ୍ତି ନିଜର ବୈବାହିକ ଜୀବନରେ ଖୁସି ନଥିଲେ। ଏହି କାରଣରୁ ସେ ଜୀବନ ହାରିବା ଭଳି ପଦକ୍ଷେପ ନେଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁୂ ଆସିଛି। ମୃତକଙ୍କ ନାମ ରାଜ ଆର୍ଯ।

Advertisment

ଏହି ଘଟଣାକୁ କେନ୍ଦ୍ରକରି ବରେଲି ପୁଲିସ ସୂତ୍ରରୁ ପ୍ରକାଶ, ରାଜ ଆର୍ଯ ଓ ତାଙ୍କ ସ୍ତ୍ରୀ ସିମରନ ବିବାହ ସମୟରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ରାଜ ସିମରନଙ୍କୁ ୨୦୨୪ରେ ପ୍ରେମ ବିବାହ କରିଥିଲେ। ନିକଟରେ ସିମରନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଉକ୍ତ ଦମ୍ପତିଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବିବାଦ ଲାଗି ରହିଥିଲା। ଯେଉଁ କାରଣରୁ ସିମରନ ତାଙ୍କ ବାପା ଘରକୁ ଚାଲି ଯାଇଥିଲେ।

ବୁଧବାର ସକାଳେ ସିମରନ ଦୁଇଟି ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରିଥିଲେ। ଗୋଟିଏରେ ସେ ତାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଦାବି କରିବା ସହିତ ଲେଖିଥିଲେ, ‘ସକାଳ ୧୦.୩୦ ସୁଦ୍ଧା ଜେଲରେ ଥିବ।’
ଏହି ପୋଷ୍ଟର ଫଲୋ-ଅପ ପୋଷ୍ଟରେ ଲେଖିଥିଲେ, ‘ ଏବେ ଜେଲ ଯାଅ।’

ସିମରନ ଯେଉଁଦିନ ଏହି ପୋଷ୍ଟ ସେୟାର କରିଥିଲେ। ସେହିଦିନ ସନ୍ଧ୍ୟାରେ ସ୍ବାମୀ ରାଜ ଜୀବନ ହାରି ଦେଇଥିଲେ।

ଆର୍ଯ ଜୀବନ ହାରିବା ଘଟଣାକୁ ନେଇ ମା ବାହୂ ସିମରନ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ସିମରନ ସର୍ବଦା ମୋ ପୁଅ ସହିତ କଳିଝଗଡ଼ା କରିଥାଏ। ଅନେକ ଦିନ ହେବ ଆର୍ଯ ପୁରାପୁର ଚୁପ ହୋଇଯାଇଥିଲା। କାହାରି ସହିତ କିଛି କଥା ହେଉ ନଥିଲ। ଯେଉଁଦିନ ସେ ଜୀବନ ହାରିଲା। ସେ ଦିନ କିଛି ସମୟ ମୋ ପାଖରେ ବସି ମନ ଖୋଲି କଥା ହୋଇଥିଲା। ଆଉ କଥା ଶେଷକୁ କହିଥିଲା ମା’ ମୁଁ ଥକି ଗଲିଣି ଆଉ ସହି ପାରୁ ନି। ସବୁଦିନ ପାଇଁ ଶୋଇଯିବାକୁ ଚାହୁଁଛି। ଏହା କହି ସେ ମୋ ପାଖରୁ ଚାଲି ଯାଇଥିଲା। ଖାଇବା ସମୟ ହୋଇଥିଲା। ମୁଁ ଡାକିବାକୁ ଗଲାରୁ ସେ ଆଉ ଉଠି ନଥିଲା। 

ଅନେକ ଡାକିବା ପରେ ଆର୍ଯ ନଉଠିବାରୁ ପଡ଼ିଶାଲୋକଙ୍କ ସାହାଯ୍ୟରେ ଆମେ କବାଟ ଭାଙ୍ଗିଥିଲୁ। କବାଟ ଭାଙ୍ଗିବା ପରେ ପୁଅ ଫ୍ୟାନରେ ଝୁଲିଥିବା ଦେଖି ସ୍ତବ୍ଧ ହୋଇଯାଇଥିଲି।