ସାମାନ୍ୟ କାରଣରୁ ସ୍ତ୍ରୀର ଗଳା କାଟିଲା ସ୍ବାମୀ, ଖୋଜୁଛି ପୁଲିସ

ବରେଲି: ଉତ୍ତରପ୍ରଦେଶର ବରେଲିରେ ଥିବା ଭରତରା ଗାଁରେ ଜଣେ ଯୁବକ ନିଜ ପତ୍ନୀକୁ ହତ୍ୟା କରିଛି। ସାମାନ୍ୟ କାରଣ ପାଇଁ ପ୍ରଥମେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଅଭିଯୁକ୍ତ ସ୍ବାମୀ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜ ସ୍ତ୍ରୀର ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏ ନେଇ ପୁଲିସକୁ ଏବେ ଖବର ଦିଆଯାଇଥିବା ବେଳେ ଫେରାର ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ। ଅଭିଯୁକ୍ତର ନାଁ ବୀରେନ୍ଦ୍ର ସିଂହ ବୋଲି ଚିହ୍ନଟ କରାଯାଇଥିବା ବେଳେ ପୀଡ଼ିତାଙ୍କ ନାଁ ହରବତୀ ବୋଲି ଚିହ୍ନଟ କରାଯାଇଛି।

Bareilly man attacks wife
timesnownews.com

ସୂଚନା ଅନୁଯାୟୀ, ହରବତୀଙ୍କ କିଛି ମହିଳା ବନ୍ଧୁ ତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ହରବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖି ମହିଳାମାନେ ଆଶ୍ଚର୍ଯ୍ୟ ହେବା ସହ ପଡ଼ୋଶୀଙ୍କୁ ‌ଏ ନେଇ ସୂଚନା ଦେଇଥିଲେ। ହରବତୀଙ୍କ ଦୁଇ ପୁଅ ଥିଲେ ମଧ୍ୟ ଘଟଣା ଘଟିବା ‌ସମୟରେ ସେମାନେ ଘରେ ନଥିଲେ ବୋଲି ଜଣା ପଡ଼ିଛି। ତେବେ ଘଟଣା ପୂର୍ବରୁ ବୀରେନ୍ଦ୍ର ନିଶାଗ୍ରସ୍ତ ଥିଲା ବୋଲି କହିଛନ୍ତି ଗାଁ ଲୋକେ। ଏବେ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ଘଟଣା ପଛର କାରଣ ଓ ହତ୍ୟାକାରୀ ସ୍ବାମୀକୁ ଖୋଜୁଛି ପୁଲିସ।

ସମ୍ବନ୍ଧିତ ଖବର