ଶନିଦେବ ଏବଂ ଯମରାଜଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ପୁଲିସ ବେମାଲୁମ୍‌! କରିଦେଲା ଏତେ ବଡ଼ ଭୁଲ, ଭକ୍ତ ରାଗିଲେ

ବରେଲି : ସମଗ୍ର ଦେଶ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ମାନୁଥିବା ବେଳେ ତାଙ୍କର ମଜା ଉଡ଼ାଇଛି ମଧ୍ୟପ୍ରଦେଶ ପୁଲିସ। ଘଟଣାଟି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବରେଲିରେ ଥିବା କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଥିବା ଏକ ମନ୍ଦିରରୁ ଶନିଙ୍କ ମୂର୍ତ୍ତି ଚୋରି ହୋଇଯାଇଥିଲା । ଏ ନେଇ ମନ୍ଦିର କର୍ମଚାରୀମାନଙ୍କ ତରଫରୁ ଅଭିଯୋଗ ହେବା ପରେ ପୁଲିସ ଅଭିଯୋଗ ଗ୍ରହଣ କରି ଲୋକମାନଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଏକ ନୂଆ ମୂର୍ତ୍ତି ଆଣି ସ୍ଥାପନ କରିଥିଲା । କିନ୍ତୁ ପୁଲିସ ତରବରିଆ ଭାବରେ ଶନିଦେବଙ୍କ ମୂର୍ତ୍ତି ବଦଳରେ ଯମରାଜଙ୍କ ମୂର୍ତ୍ତି ଆଣି ମନ୍ଦିରରେ ସ୍ଥାପନ କରି ଦେଇଥିଲେ । ଏ ନେଇ ମନ୍ଦିରର ପୂଜରୀ ଜାଣିବା ପରେ ପୁଲିସ ଉପରେ ଭକ୍ତମାନଙ୍କୁ ଧୋକା ଦେବାର ଅଭିଯୋଗ ଆଣିଲେ ।

Oneindia Hindi

ମନ୍ଦିରର ପୂଜାରୀ ମୌନି ବାବା ଦେଇଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ କିଛି ଚୋର ଆସି ମନ୍ଦରରୁ ଶନିଦେବଙ୍କ ମୂର୍ତ୍ତକୁ ଚୋରି କରିନେଇଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରିବା ପରିବର୍ତ୍ତେ ରାତିରେ ଯମରାଜଙ୍କ ମୂର୍ତ୍ତିକୁ ଶନିଦେବଙ୍କ ମୂର୍ତ୍ତିଭାବି ସ୍ଥାପନ କରି ଚାଲି ଯାଇଥିଲେ । ସକାଳୁ ପୂଜାରୀ ଏବଂ ଭକ୍ତମାନେ ମନ୍ଦିରରେ ପହଁଞ୍ଚିବା ପରେ ତାହା ଶନିଦେବଙ୍କ ମୂର୍ତ୍ତି ନୁହଁ ବୋଲି ଜାଣି ପାରିଥିଲେ । ଉତକ୍ଷିପ୍ତ ଭକ୍ତମାନେ ହଙ୍ଗାମା କରିବା ପରେ ମନ୍ଦିରର ପୂଜାରୀ ପୁଲିସଙ୍କ ବିରୋଧରେ ଏତଲା ଦେଇଥିଲେ ।

ସମ୍ବନ୍ଧିତ ଖବର